• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

 Jagannath Temple
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡ଼ା ଚେତାବନୀ; ‘ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ କଡ଼ା ଚେତାବନୀ । ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ । 

Ratha Jatra / Bahuda Jatra
ଆଡ଼ପ ପହଣ୍ଡି ମହାବିଭ୍ରାଟ ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଚିନ୍ତା

ପହଣ୍ଡି ବେଳେ ପୂର୍ଣ୍ଣାଙ୍ଗ ଲାଗୁ ହେବ ରଥ ବ୍ୟବସ୍ଥାବଳି କହିଲେ ଜିଲ୍ଲାପାଳ । ପହଣ୍ଡି ଅଘଟଣକୁ ନେଇ ସିଏମ ମୋହନଙ୍କୁ ନବୀନଙ୍କ ଚିଠି ।

Mohan Majhi
ଚାରମାଳରେ ବଡ଼ ଠାକୁର ପଡ଼ିବା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

Lord Balabhadra
ଦିଅଁ ପଡ଼ିଯିବା ଅଶୁଭ ସଙ୍କେତ କି ? କ’ଣ କହୁଛନ୍ତି ମଠ ମହନ୍ତ..ଜାଣନ୍ତୁ

ଦିଅଁ ପଡ଼ିବା, ବଡ଼ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି।

Hera Panchami ritual
ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ; ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମା’ ମହାଲକ୍ଷ୍ମୀ...

ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର ।  କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ ।

Sevayat
ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍‌ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ?

 Adapa Mandap Bije Mishap
ଆହତ ପ୍ରତିଟି ଭକ୍ତପ୍ରାଣ, ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ; ତଦନ୍ତ କରିବ ୩ ଜଣିଆ କମିଟି...

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

Lord Jagannath's Servitor
‘କିଛି ମାନୁ ନାହାନ୍ତି ଯୁବ ସେବାୟତ, ମୋବାଇଲ୍ ଧରି ଫଟୋ ଉଠାଇବାରେ ମସଗୁଲ୍’

ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ କହିଛନ୍ତି... ଜାଣନ୍ତୁ...

Puri Rath Yatra
ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର; କ’ଣ କହିଲେ କେଉଁ ସେବାୟତ...ଜାଣନ୍ତୁ...

ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏନେଇ କ’ଣ କହୁଛନ୍ତି କେଉଁ ସେବାୟତ, ଆସନ୍ତୁ ଜାଣିବା... 

Ratna Bhandar of Jagannath temple
ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶେଷ; ୧୪ରେ ଖୋଲିବ ରତ୍ନଭଣ୍ଡାର !

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀମନ୍ଦିର ପରିଚାଳନା କମିଟି । ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ।

SOP
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ SOP; ସାଙ୍ଗରେ ଯିବେ ସାପ ଧରାଳି ଓ ଡାକ୍ତରୀ ଟିମ୍ !

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ।

Rath Jatra
କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ, ଉଠିଲା ପ୍ରଶ୍ନ

ଗତକାଲି ଆଡ଼ପ ପହଣ୍ଡି ବେଳେ ଘଟିଲା ଅଭାବନୀୟ ଘଟଣା । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର ।

Ratha Yatra 2024
ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ମହାପ୍ରଭୁ; କାଲିଠୁ ମିଳିବ ଆଡ଼ପ ଅବଢ଼ା...

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।

Balabhadra
ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି।

Ratna Bhandar
ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ; ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି।

Puri Ratna Bhandar
ବଡ଼ ଦେଉଳ ଛାଡ଼ି ଘୋଷଯାତ୍ରାରେ ଶ୍ରୀଜିଉ; କେବେ ଖୋଲିବ ରତ୍ନଭଣ୍ଡାର ?

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଏହାରି ଭିତରେ ଆସନ୍ତାକାଲି ବସିବାକୁ ଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଧାର୍ଯ୍ୟ ହୋଇପାରେ ତାରିଖ। 

Ratha Jatra
ଦ୍ୱିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

ratha Yatra 2024
ରଥଟଣା ବେଳେ କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ? ସାମ୍ନାକୁ ଆସିଲା ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର...

ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ? ସାମ୍ନାକୁ ଆସିଲା ରଥ ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର। କୁହାଯାଉଛି ଅନୁମୋଦିତ ସଂଖ୍ୟାଠୁ ରଥରେ ଅଧିକ ସଂଖ୍ୟାରେ ସେବକ ଚଢ଼ିବା ଯୋଗୁଁ ଯାବତୀୟ ସମସ୍ୟା ସୃଷ୍ଟି ହେଲା।

All Three Chariots At Maa Gundicha Temple
ଶରଧାବାଲିରେ ତିନିରଥ; ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।

Ratha jatra
ଆରମ୍ଭ ହେଲା ରଥଟଣା, ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ରଥ

ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।

President Of India
ମହୋଦଧି କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ ।

Ratha Jatra
ରତ୍ନବେଦୀରୁ ଜନ୍ମବେଦୀ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।

Ratha Jatra
ଏଥର ଦୁଇ ଦିନିଆ ରଥ ଟଣା; ବାଟରେ ଅଟକିଲେ ତିନି ଠାକୁର

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।

Ratha Jatra
୫୩ ବର୍ଷ ପରେ ବିରଳ ରଥଯାତ୍ରା: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ, ଛେରାପହଁରା କଲେ ଗଜପତି

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।

Puri Rath Yatra 2024
ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ; ଭକ୍ତିରେ ବିଭୋର ହେଲେ ମହାମହିମ...

ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...