Advertisment

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ ରଥଙ୍କ ବଡ଼ ସୂଚନା, କହିଲେ...

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ  ହେଲା ଆଲୋଚନା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Jagannath Temple Ratna Bhandar

Jagannath Temple Ratna Bhandar

ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଆଜି ସର୍ବସମ୍ମତରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ରୁମ୍ ନିର୍ଦ୍ଧାରଣ କରିସାରିଛି। ଖୁବଶୀଘ୍ର ସ୍ଥାନାନ୍ତର କରାଯିବ ଆଲମିରା। ଏହା SOPରେ ନ ଥିଲା, ସରକାରଙ୍କୁ ଏନେଇ ଅବଗତ କରାଯାଇଥିବା ବୈଠକ ପରେ କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। 

Advertisment

ସେ କହିଛନ୍ତି, ଦରକାର ପଡ଼ିଲେ ଖାଲି ଆଲମିରାଗୁଡ଼ିକର ମରାମତି ହେବ। ଲୋକଙ୍କ ଭାବାବେଗକୁ ଧ୍ୟାନ ଦେବା ସହ ଭବିଷ୍ୟତରେ ଯେଭଳି ଆଉ ଦ୍ବନ୍ଦ୍ବ ନ ଆସିବ ଗୁରୁତ୍ବ ଦିଆଯାଉଛି। ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ ପାଇଁ କୁହାଯାଇଛି। ଯଦି କିଛି ମିଳିବ ଆଗକୁ ବଢ଼ିବ। ନଚେତ ରତ୍ନଭଣ୍ଡାର ମରାମତି କରାଯିବ। ଏନେଇ ସରକାରଙ୍କୁ ଅବଗତ କରିବ ପରିଚାଳନା କମିଟି। ସରକାର ASI ସହ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରିବେ। ଯାହା ଉତ୍କୃଷ୍ଟ ଓ ଉପାଦେୟ ତାହା କରାଯିବ। ମନ୍ଦିର ଢାଞ୍ଚା ଉପରେ ଯେପରି ସମସ୍ୟା ନ ହେବ ତାହା ଗୁରୁତ୍ବପୂର୍ଣ୍ଣ । ଏବେ ଗଣତି, ମଣତି ପାଇଁ ସମୟ ଆସି ନାହିଁ ।  ରତ୍ନଭଣ୍ଡାରକୁ ନେଇ କେହି ସନ୍ଦେହ କରନି ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲା, ହେଲେ ହଟୁନି ଦର୍ଶନ ଯନ୍ତ୍ରଣା

Advertisment

ଅନ୍ୟପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଦୁଃସ୍ଥିତି ଓ ନକଲି ଚାବିର ମିଛ କାହାଣୀକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଚମକାଇଲା ଭଳି ତଥ୍ୟ ସୃଷ୍ଟି କରିଚି ହଇଚଇ । ଡୁପ୍ଲିକେଟ୍ ଚାବି କିଏ ପାଇଥିଲା ? କେଉଁ ଉଦ୍ଦେଶ୍ୟରେ କିଏ ବନେଇଥିଲା ? ତା’ର ଖୋଳତାଡ଼ ପାଇଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଉଠିଲାଣି ଦାବି । ତେଣେ ଚାବି ହଜିବା ଘଟଣାରେ କେମିତି ବିଜେଡି ସରକାର ଲୋକ ଦେଖାଣିଆ ତଦନ୍ତ କୁହେଳିକା ସୃଷ୍ଟି କରିଛନ୍ତି ତା’ର ବି ଖୋଲିଛି ପୋଲ୍ ।

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । ଲୁହା ସିନ୍ଦୁକ ବି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା । ଓଟିଭି ଖୋଲକଥାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କର ଭିତର ଭଣ୍ଡାର ଘରର ସ୍ଥିତିକୁ ନେଇ ଏଭଳି ଆଖିଦେଖା ସୂଚନା, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମହଲରେ ସୃଷ୍ଟି କରିଛି ହଇଚଇ। ଏମିତିକି ଡୁପ୍ଲିକେଟ ଚାବି ଥିବା ଲଫାପା ଭିତରୁ ମିଳିଥିବା ଅଳଙ୍କାର ଲିଷ୍ଟ ବି ୧୯୭୮ ମସିହା ନା ୨୦୧୮ର ? ତାକୁ ନେଇ ବି ତାଙ୍କର ବଢ଼ିଛି ଶଙ୍କା । 

Puri Srimandir Ratna Bhandar
Advertisment
Advertisment