Advertisment

କେବେ ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ? ଆଜି ହୋଇପାରେ ନିଷ୍ପତ୍ତି...

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହେବ । କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ସେନେଇ ହୋଇପାରେ ନିଷ୍ପତ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Jagannath Temple Ratna Bhandar

Jagannath Temple Ratna Bhandar

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ବସିବ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ହେବ ଆଲୋଚନା । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । 

Advertisment

ତେବେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ବୈଠକରେ ଆଲୋଚନା ପରେ ଏଏସଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ଯାଞ୍ଚ ନେଇ ହେବ ନିଷ୍ପତ୍ତି। ବିଶେଷ କରି କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ କେବେଠୁ ମରାମତି କାର୍ଯ୍ୟ କରାଯିବ ତାହା ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲା, ହେଲେ ହଟୁନି ଦର୍ଶନ ଯନ୍ତ୍ରଣା

ସେପଟେ ଆଜି NMA ମହାନିର୍ଦ୍ଦେଶକ କିଶୋର ବାସା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଆସିବେ। NMA ନିୟମ ଅନୁଯାୟୀ କାର୍ଯ୍ୟ କରାଯାଇଛି କି ନାହିଁ ତା ଉପରେ ଅନୁଧ୍ୟାନ କରିପାରନ୍ତି।

Advertisment

ଅନ୍ୟପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଦୁଃସ୍ଥିତି ଓ ନକଲି ଚାବିର ମିଛ କାହାଣୀକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଚମକାଇଲା ଭଳି ତଥ୍ୟ ସୃଷ୍ଟି କରିଚି ହଇଚଇ । ଡୁପ୍ଲିକେଟ୍ ଚାବି କିଏ ପାଇଥିଲା ? କେଉଁ ଉଦ୍ଦେଶ୍ୟରେ କିଏ ବନେଇଥିଲା ? ତା’ର ଖୋଳତାଡ଼ ପାଇଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଉଠିଲାଣି ଦାବି । ତେଣେ ଚାବି ହଜିବା ଘଟଣାରେ କେମିତି ବିଜେଡି ସରକାର ଲୋକ ଦେଖାଣିଆ ତଦନ୍ତ କୁହେଳିକା ସୃଷ୍ଟି କରିଛନ୍ତି ତା’ର ବି ଖୋଲିଛି ପୋଲ୍ ।

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ତେବେ ଏହା କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । ଲୁହା ସିନ୍ଦୁକ ବି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା । ଓଟିଭି ଖୋଲାକଥାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କର ଭିତର ଭଣ୍ଡାର ଘରର ସ୍ଥିତିକୁ ନେଇ ଏଭଳି ଆଖିଦେଖା ସୂଚନା, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମହଲରେ ସୃଷ୍ଟି କରିଛି ହଇଚଇ। ଏମିତିକି ଡୁପ୍ଲିକେଟ ଚାବି ଥିବା ଲଫାପା ଭିତରୁ ମିଳିଥିବା ଅଳଙ୍କାର ଲିଷ୍ଟ ବି ୧୯୭୮ ମସିହା ନା ୨୦୧୮ର ? ତାକୁ ନେଇ ବି ତାଙ୍କର ବଢ଼ିଛି ଶଙ୍କା ।

Puri Srimandir Ratna Bhandar
Advertisment
Advertisment