• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶାର ସଡ଼କ ପ୍ରକଳ୍ପ ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-ପୁରୀ ରାସ୍ତା ୬ ଲେନ୍‌ ହେବାକୁ ଯାଉଛି ଓ ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୮ ଲେନ୍‌ ବିଶିଷ୍ଟ ।

ଅଧିକ ପଢ଼ନ୍ତୁ: ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ; ଯାଞ୍ଚ ପାଇଁ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ

ପ୍ରାୟ ୨ଶହ କିମି ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌ ।  କେବଳ ସେତିକି ନୁହେଁ ୮ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍ ବି ରହିବ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ-୫୭ ହେବ ୪ ଲେନ୍‌ । ୪ ଲେନ୍‌ ସହ ସର୍ଭିସ ରୋଡ୍‌ ମଧ୍ୟ ରହିବ । ଏଥିପାଇଁ ୧୧ଶହ କୋଟି ଖର୍ଚ୍ଚ ହେବ । ସେହିପରି ଜାତୀୟ ରାଜପଥ-୨୬ କେସିଙ୍ଗା-ଜୁନାଗଡ଼ ମଧ୍ୟ ୪ ଲେନ୍‌ ବିଶିଷ୍ଟ ହେବ । କେସିଙ୍ଗା-ଜୁନାଗଡ଼ ୪ ଲେନ୍‌ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି । କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମେଗା ସଡ଼କ ପ୍ରକଳ୍ପର ରୂପରେଖ ନେଇ ଘୋଷଣା କରିଛନ୍ତି । 

ଗଡ଼କରୀଙ୍କ ସହ ମିଟିଂରେ ଆଉ କିଛି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ । ସାରା ଓଡ଼ିଶାକୁ ଅଣ୍ଡାକୃତିର ରିଂ-ରୋଡ୍‌ ପାଇଁ ମୋହନ ମାଝୀଙ୍କ ପ୍ରସ୍ତାବ । ଜୟପୁରରୁ ନୂଆପଡ଼ା-ଝାରସୁଗୁଡ଼ା-ସମ୍ବଲପୁର-କେନ୍ଦୁଝର ଲମ୍ବିବ ରାସ୍ତା । କେନ୍ଦୁଝରରୁ ଜଳେଶ୍ୱର-ବାଲେଶ୍ୱର-ପୁରୀ ହୋଇ ରାମେଶ୍ୱରମ ଯିବ । ମୋଟୁରୁ ତିରିଂ ପର୍ଯ୍ୟନ୍ତ ୯୬୯ କିମି ରାସ୍ତା ନିର୍ମାଣ ପାଇଁ ବି ପ୍ରସ୍ତାବ । ନୂଆପଡ଼ା-ଅସ୍ତରଙ୍ଗ, ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ବି ପ୍ରସ୍ତାବ ।

OTV is now on Whatsapp

Join and get latest news update delivered to you via whatsapp

Join Now