/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743495750.jpg)
Ayushman Bharat Yojana
ବଡ଼ ଖବର, ବଡ଼ ସୂଚନା। ୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା । ସତ୍ୟଭାମାପୁର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା । ୨୯ ହଜାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ: କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ
ତେବେ ଗତ ୨୧ ମାର୍ଚ୍ଚରେ ରାଜ୍ୟରେ ଆୟୁଷ୍ମାନ ଭାରତକୁ ମିଳିଥିଲା କ୍ୟାବିନେଟ ମଞ୍ଜୁରି । ଏନେଇ ଗୃହରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ ।
ଏହି ଯୋଜନା ଦ୍ବାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସେହିପରି ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)