ଚିଲିକା ବିଦେଶ ପକ୍ଷୀଙ୍କ ପାଇଁ ଭୂ-ସ୍ୱର୍ଗ । ଅକ୍ଟୋବରରୁ ମାର୍ଚ୍ଚ, ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ ବିଶ୍ୱ ପର୍ଯ୍ୟଟନର ବିଭବ ଭାବେ ଗ୍ରହଣ କରାଯାଇପାରେ । ୨୦୨୪ ବାର୍ଷିକ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏଥିରେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ ଦର୍ଶାଯାଇଥିଲା । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପା ହଜାର ୮୦୦ ବଢ଼ିଥିବା ଜଣାଯାଇଛି ।
ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି ।
ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।
ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ୫୩ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଆତଙ୍କ... ବାରମ୍ବାର NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ...କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଛନ୍ତି ଲୋକେ...
ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା ।

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।