ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା ।
କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି ।
ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...
ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।
କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।
ଡକାୟତ ଗ୍ୟାଙ୍ଗ ଠାରୁ ୨ଟି ହନୁମାନ ପଇସା ମିଳିଛି। ୨ଟି ପୃଥକ ଡକାୟତି ମାମଲାରେ ୧୦ ଡକାୟତଙ୍କୁ ପୋଲିସ ଗିରଫ କରିଛି।
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ ।
କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ।
ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଘଟିଛି ଅଘଟଣ। ପୋଖରୀରେ ବୁଡ଼ି ଭାଇ- ଭଉଣୀ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ହେଲେ ବିଭିନ୍ନ ସହରାଞ୍ଚଳର ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । କେବଳ ଏତିକି ନୁହେଁ କେନ୍ଦ୍ରାପଡାରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି ।
ଅପହରଣକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ରାଜନଗର ଥାନା ଜୁଣାପଙ୍ଗରାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର।
ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।
ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଜୀବନ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଦେଶର ବିଭିନ୍ନ ମେଡିକାଲ୍ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-ଆଇଏମ୍ଏ।
ଷ୍ଟ୍ରଙ୍ଗରୁମ୍ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ ।
ସବୁ ସୀମା ପାର୍ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍ ରିଗିଂ, ଭୋଟ୍ ବାକ୍ସ ଲୁଟ୍, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍କୁ ମାଡ଼।
ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍ ଟ୍ରଲର।
କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର
ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍ନିକ୍ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।
କୁମ୍ଭୀର ଗଣନା ସମୟରେ ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ।
ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼। କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ