• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦ୍ରାପଡ଼ା ସଦର ଥାନାର ଦାନପୁର ରାସ୍ତାର ହାଟ ବାଣପୁର ଝିଙ୍କିଡ଼ିଠାରେ ଗୋଟିଏ ହାଇଓ୍ୱା ଧକ୍କାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା । ସକାଳେ ଲକ୍ଷ୍ମୀପ୍ରିୟା ଟ୍ୟୁସନ୍‌ରୁ ଫେରୁଥିବାବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଓ ଏହି ରାସ୍ତାରେ ହାଇୱା ଚଳାଚଳ ବନ୍ଦ ଦାବିରେ ଶବ ରଖି ରାସ୍ତାରୋକ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।