• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଘଟିଛି ଏହି ଅଘଟଣ। ତେବେ ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ- ଭଉଣୀ ବୋଲି ଜଣାଯାଇଛି। ଉଭୟଙ୍କ ବୟସ ୫ବର୍ଷ ହୋଇଥିବା ବେଳେ ଦୁଇ ଜଣ ଖେଳୁଥିବା ବେଳେ ପୋଖରୀକୁ ଖସିପଡିଥିଲେ।

ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ସେମାନଙ୍କୁ ଖୋଜା ଖୋଜି କରିଥିଲେ। ପରେ ଦୁଇ ଜଣଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ସମେତେ ଗାଁରେ କାନ୍ଦ ବୋବାଳି ଦେଖିବାକୁ ମିଳିଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now