/odishatv-khabar/media/post_attachments/uploadimage/library/16_9/16_9_0/Accident_1654443102.jpg)
Accident
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି । କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲାକଟା ଛକ ନିକଟରେ ତେଲ ଟ୍ୟାଙ୍କର ଓ ଅଟୋ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ତେଜିତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ ।
ସେପଟେ ସୁନ୍ଦରଗଡ଼ର ବଣାଇରେ ଅଟୋ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ୮ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି । ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ବଣାଇ ହାଟ ସାରି ଗାଁକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ସହ ଅଟୋର ମୁହାମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ି ରାସ୍ତାରୁ ୨୦ଫୁଟ ତଳକୁ ଖସିପଡ଼ିଛି ।
ସେହିଭଳି ଯାଜପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଟ୍ୟୁସନରୁ ଫେରୁଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ହାଇୱା ଧକ୍କା ଦେଇଛି । ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)