Advertisment

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର, ଏହା ଅସଲି ନା ନକଲି ?

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ballot Papers Found Dumped Near Strong Room

Ballot Papers Found Dumped Near Strong Room

ଷ୍ଟ୍ରଙ୍ଗରୁମ୍‌ ଆଗରେ ପଡ଼ିଛି ଚିରା ବାଲାଟ ପେପର। କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାଲାଟ ପେପର ପଡ଼ିଥିବା ନେଇ ବିଭିନ୍ନ ପ୍ରାର୍ଥୀ ଅଭିଯୋଗ ଆଣିଛନ୍ତି।  ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Advertisment

ବିଡିଓ ଏବଂ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାଲାଟ ପେପର ନକଲି ନା ଅସଲି ଜଣାପଡିନଥିବା ବେଳେ ଏହା ଡମି ବାଲାଟ ପେପର ବୋଲି ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି।  

ଘଟଣାକୁ ନେଇ ଉପଜିଲ୍ଲାପାଳ କହିଛନ୍ତି, ‘ଏହା ଡମି ବାଲାଟ ପେପର ବୋଲି ଜଣାପଡ଼ୁଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

Advertisment

ସେପଟେ ଘଟଣାକୁ ନେଇ ଜଣେ ପ୍ରାର୍ଥୀ କହିଛନ୍ତି, ‘ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି, ଷ୍ଟ୍ରଙ୍ଗରୁମ୍‌ରେ ଆମ ଭୋଟ୍‌ ବାକ୍ସ ସୁରକ୍ଷିତ ଅଛି କି ଏହା ନିଶ୍ଚିତ କରାନ୍ତୁ।’

Odisha Panchayat Polls Odisha Panchayat Elections
Advertisment
Advertisment