Advertisment

କୁମ୍ଭୀର ମୁହଁରୁ ମୁକୁଳିଥିବା ବାଳକର ଛାତିଥରା କାହାଣୀ...

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kendrapara Boy Fights Off Giant Crocodile

Kendrapara Boy Fights Off Giant Crocodile

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ଆମେ କହୁଛୁ ପଟ୍ଟାମୁଣ୍ଡାଇ ଥାନା ଅରାଜି ଗାଁର ଓମ୍ ପ୍ରକାଶର କଥା। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍। 

Advertisment

ସେଦିନର ଘଟଣା ଥିଲା ଏମିତି। ସାଙ୍ଗମାନଙ୍କ ସହ ଓମ୍ ଯାଇଥିଲା କାଣୀ ନଦୀକୁ ଗାଧୋଇବା ପାଇଁ। ମୁଣ୍ଡ ଫଟା ଖରା ଭିତରେ ସମସ୍ତେ ଗାଧୋଇବାର ମଜା ନଉଥିବା ବେଳେ ଠିକ୍ ଏତିକି ବେଳେ ସେମାନଙ୍କ ମଝିରେ ମୁଣ୍ଡ ଟେକିଥିଲା କୁମ୍ଭୀର। କେହି କିଛି ଭାବିବା ଆଗରୁ ଓମ୍ କୁ କୁମ୍ଭୀରଟି ପାଣି ଭିତରକୁ ଟାଣି ନେଇଥିଲା। ତା’ପରେ ଆରମ୍ଭ ହୋଇଥିଲା କୁମ୍ଭୀର ସହ ସଂଘର୍ଷ। 

ଓମ୍ ତା’ର ସବୁ କଳ ବଳ କୌଶଳ ଲଗେଇ କୁମ୍ଭୀର ମୁହଁରୁ ମୁକୁଳିବାକୁ ଚେଷ୍ଟା କରି ବିଫଳ ହେଉଥାଏ ସିନା ମନରୁ ସାହସ ହରେଇ ନଥାଏ। ଜୀବନ ବଂଚେଇବାକୁ ସେ ଲଢ଼େଇ ଜାରି ରଖିଥାଏ। ଏମିତି ୧୫ ମିନିଟର ଲଢ଼େଇ ଚାଲିଲା। ସେତେବେଳକୁ ଓମ୍ ର ଗୋଟେ ଗୋଡ଼ କୁମ୍ଭୀରର ପାଟି ଭିତରେ ଥାଏ। ଯଦିଓ ସେତେବେଳକୁ ଓମ୍ ହାଲିଆ ହୋଇ ସାରିଥାଏ ପୁଣି ଥରେ ସାହସ ସଂଚୟ କରି ଦୁଇ ହାତରେ କୁମ୍ଭୀରର ପାଟିକୁ ଖୋଲି ଗୋଡ଼ ବାହାରକୁ ନେଇ ଆସିଲା। କୁମ୍ଭୀରର ଦାନ୍ତ ବାଜି ଓମ୍ ର ହାତ ଖଣ୍ଡିଆ ଖାବରା ହେଲେ ମଧ୍ୟ କୁମ୍ଭୀର ପାଟିରୁ ମୁକୁଳି ଆସିଲା ଓମ୍।   

Advertisment

କୁମ୍ଭୀର ମୁହଁରୁ ମୁକୁଳିଥିବା ଓମ୍‌ଙ୍କ ଛାତିଥରା କାହାଣୀ, ଶୁଣନ୍ତୁ...

ସତରେ ଓମ୍ ର ସାହସକୁ ଶହେ ସଲାମ୍। କୁମ୍ଭୀର ମୁହଁରୁ ମୁକୁଳିବା ପରେ ତାକୁ ନୂଆ ଜନ୍ମ ମିଳିଛି। ଠାକୁର କରନ୍ତୁ ସେ ଦୀର୍ଘାୟୁ ହେଉ।  

ସୂଚନାଥାଉ କି, ସାହସ ଦେଖାଇ ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଅରାଜି ଗାଁର ଓମ୍ ପ୍ରକାଶ ସାହୁ । ସୋମବାର ଦିନ ସେ ଗାଁ ପାଖ କାଣି ନଈକୁ ଗାଧୋଇବାକୁ ଯାଇଥିଲା। ଏହି ସମୟରେ ପ୍ରାୟ ୧୦ ଫୁଟ୍ ଲମ୍ବର କୁମ୍ଭୀର ତାକୁ ଆକ୍ରମଣ କରିଥିଲା ଓ ପାଣିକୁ ଭିଡି ନେଇଥିଲା । ହେଲେ ତାକୁ ନ ଡରି ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରିଥିଲା ଓମ୍ ।

Kendrapara Crocodile Attack
Advertisment
Advertisment