• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ହେଲେ ବିଭିନ୍ନ ସହରାଞ୍ଚଳର ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । କେବଳ ଏତିକି ନୁହେଁ କେନ୍ଦ୍ରାପଡାରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । 

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନାନା ପ୍ରତିଶ୍ରୁତି ସହ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ହେଲେ ଏବେବି ବିଭିନ୍ନ ସହରାଞ୍ଚଳରେ ଭିନ୍ନ ଭିନ୍ନ ସମସ୍ୟା ଲାଗି ରହିଛି । ଏମିତି କି ଭଦ୍ରକ ଚାନ୍ଦବାଲି ଏନ୍ଏସିରେ ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ୱାର୍ଡ ବାସିନ୍ଦା ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତିଦିନ ଶହ ଶହ ଗାଡି ମୋଟର ଯିବା ଆସିବା କରନ୍ତି । ପଡି ରହିଥିବା ଆବର୍ଜନାରେ ନିଆଁ ଲଗାଇ ଦିଆଯାଉଥିବାରୁ ପବନ ହେଲେ ସେହି ବାଟ ଦେଇ ଗମନାଗମନରେ ନାନା ଅସୁବିଧା ଦେଖାଯାଉଛି । ପ୍ରତିଦିନ ସହରର ବିଭିନ୍ନ ଓ୍ବାର୍ଡରୁ ଅଳିଆ ଆଣି ଏହିଠାରେ ଗଦା କରାଯାଉଛି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଏନ୍ଏସିର ବିଭିନ୍ନ ସ୍ଥାନରେ ଏଭଳି କୁଢ଼ କୁଢ଼ ଅଳିଆ ଗଦା ହେଉଛି ।

ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।