Advertisment

ଅନିଶ୍ଚିତତାରେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଜୀବନ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-ଆଇଏମ୍ଏ।

author-image
Pramod Behera
ଅଦ୍ୟତନ ହୋଇଛି
Uncertainity Ukraine returns medical student

Uncertainity Ukraine returns medical student

କେନ୍ଦ୍ରାପଡ଼ା ସାଆନ୍ତ ସାହିର ଅରିଜିତ୍ ବିଶ୍ୱାଳ ୟୁକ୍ରେନ୍‌ରେ ଏମ୍‌ବିବିଏସ୍ କରୁଥିବା ପଞ୍ଚମ ବର୍ଷର ଛାତ୍ର। ୟୁକ୍ରେନ୍ ଯୁଦ୍ଧ ବିଭୀଷିକାରୁ ଜୀବନ ବଞ୍ଚାଇ ଫେରିଆସିଛନ୍ତି ସତ ହେଲେ ଏବେ ଘାରିଛି ଭବିଷ୍ୟତ ଚିନ୍ତା। ଅରିଜିତ୍ କହିଛନ୍ତି, ଷ୍ଟଡି ଲୋନ୍ କରି ପାଞ୍ଚ ବର୍ଷ ପଢ଼ି ସାରିଥିଲେ। ଆଉ ଗୋଟେ ବର୍ଷରେ ଡିଗ୍ରୀ ପାଇଥାଆନ୍ତେ। ତେବେ ୟୁକ୍ରେନ୍ ଯୁଦ୍ଧ ତାଙ୍କ କ୍ୟାରିୟରକୁ ଅନ୍ଧକାର ଭିତରକୁ ଠେଲିଦେଇଛି କାରଣ ଋଷ୍‌ ଆକ୍ରମଣରେ ୟୁକ୍ରେନ ଧ୍ୱସ୍ତବିଧ୍ୱଂସ୍ତ ହୋଇଗଲାଣି। ତେଣୁ ସ୍ଥିତି ସ୍ୱାଭାବିକ ହେବ ଓ ସେମାନେ ଫେରିଯାଇ ପୁଣି କୋର୍ସରେ ଯୋଗଦେବେ ତାହା ସ୍ୱପ୍ନ ଭଳି ଲାଗୁଛି।

Advertisment

ଏପଟେ ଅରିଜିତଙ୍କ ମାଆଙ୍କୁ ବି ଘାରିଛି ପୁଅର କ୍ୟାରିୟର ଚିନ୍ତା। ଏଠି କୋର୍ସ ଫି ଅଧିକ ଥିବାରୁ ପୁଅକୁ ଡାକ୍ତରୀ ପଢ଼ିବାକୁ ୟୁକ୍ରେନ୍ ପଠାଇଥିଲେ ବୋଲି କହିଛନ୍ତି ମାଆ ରାଜଶ୍ରୀ। ତେବେ ଯୁଦ୍ଧ ସବୁ ସପ୍ନ ଭାଙ୍ଗିଦେଇଛି। ସରକାର ସାହାଯ୍ୟ କଲେ ହିଁ ଅନିଶ୍ଚିତତାରୁ ଆଶ୍ୱସ୍ତୀ ମିଳିବ ବୋଲି ସେ ଆଶା ରଖିଛନ୍ତି।

ସେହିପରି ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-ଆଇଏମ୍ଏ। ସଂଘର କହିବା କଥା, ୱ୍ୱାର୍ ଏକ ଲାଇଫ୍ ଟାଇମ୍ କ୍ରାଇସିସ୍। ଯୁଦ୍ଧ ସ୍ଥିତି ଯୋଗୁଁ ବାଧ୍ୟ ହୋଇ ସେମାନଙ୍କୁ ସ୍ୱଦେଶ ଫେରିବାକୁ ପଡ଼ିଛି। ଏଣୁ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଭାରତୀୟ ମେଡିକାଲ୍‌ କଲେଜରେ ପଢ଼ିବା ଲାଗି ସେମାନଙ୍କୁ ସୁଯୋଗ ମିଳିବା ଉଚିତ। ଏଥିଲାଗି ନ୍ୟାସ୍‌ନାଲ୍‌ ମେଡିକାଲ କମିଶନ-ଏନ୍ଏମ୍‌ସି ନୂଆ ନିୟମ ଆଣୁ।

Advertisment

ଏମିତିକି ଏଭଳି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କେନ୍ଦ୍ର ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚର୍ଯ୍ୟ। ଏପଟେ ବିଶେଷଜ୍ଞଙ୍କ କହିବା କଥା, ୟୁକ୍ରେନ୍ ସ୍ଥିତି ଏତେ ଶୀଘ୍ର ସୁଧୁରିବା ଭଳି ଲାଗୁନି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଲାଗି କେନ୍ଦ୍ର, ରାଜ୍ୟ ସରକାର, ନ୍ୟାସ୍‌ନାଲ୍‌ ମେଡିକାଲ କମିଶନ, ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସମେତ ସବୁ ଅଂଶୀଦାରଙ୍କ ମିଳିତ ଆଲୋଚନାରେ ପଦକ୍ଷେପ ନିଆଯିବା ଉଚିତ।

ତେବେ କୋର୍ସ ଶେଷ କରିଥିବା ଛାତ୍ରଛାତ୍ରୀ ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ। ୟୁକ୍ରେନ୍ ଯୁଦ୍ଧ ପ୍ରରୀପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନେଇଛି ନ୍ୟାସ୍‌ନାଲ୍‌ ମେଡିକାଲ କମିଶନ। ତେବେ ଏଥିପାଇଁ ସେମାନଙ୍କୁ ସ୍କ୍ରିନିଂ ଟେଷ୍ଟ୍‌ ଦେବାକୁ ପଡ଼ିବ।

(ରିପୋର୍ଟ : କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁ ଏବଂ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)

Odisha News
Advertisment
Advertisment