/odishatv-khabar/media/post_attachments/uploadimage/library/16_9/16_9_0/anubhav__1652972381.jpg)
anubhav
ଦିନକୁ ଦିନ ବର୍ଷା-ଅନୁଭବ ବିବାଦ ନୂଆ ମୋଡ ନେଉଛି । ଏହାରି ଭିତରେ ଆସିଛି ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ ନିଜ ଦୁଃଖ, ଅସହାୟତା ଓ ଭୁଲ ବଖାଣୁଛନ୍ତି ଅନୁଭବ । ସେ କହିଛନ୍ତି, ଜୀବନସାଥୀ ବାଛିବାରେ ଭୁଲ କରିଛନ୍ତି । ସେପଟେ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ବି ତାଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି ଅନୁଭବ । କହିଛନ୍ତି, ଭଲ ପାଇଥିବା ଯୋଗୁଁ ତାଙ୍କୁ କୋର୍ଟ, କଚେରୀ ଯିବାକୁ ପଡିଛି । ତେବେ ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା ।
ତେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସାଂସଦ ଅନୁଭବ ମହାନ୍ତି ଯେତିକି ଚର୍ଚ୍ଚିତ, ସେତିକି ଚର୍ଚ୍ଚିତ ନିଜ ରାଜନୈତିକ କ୍ୟାରିୟରକୁ ନେଇ । ୨୦୧୯ ସାଧାରଣ ନିର୍ବାଚନ ପରଠୁ ହୋଇଥିବା ପିପିଲି, ବାଲେଶ୍ୱର କି ତିର୍ତ୍ତୋଲ୍ ଉପନିର୍ବାନରେ ଅନୁଭବଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ବ୍ରଜରାଜନଗର ବାଇ ଇଲେକସନ୍ ପାଇଁ ବି ଷ୍ଟାର କ୍ୟାମ୍ପେନର ତାଲିକ ପ୍ରକାଶ ପାଇଛି । ଆଉ ସେଥିରେ ଅନୁଭବଙ୍କ ନାଁ ନଥିବା ବେଳେ ଅରିନ୍ଦମ ଏବଂ ଆକାଶଙ୍କ ନାଁ ରହିଛି ।
ଏହାଛଡ଼ା ଅନେକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଅନୁଭବଙ୍କୁ ଦେଖିବାକୁ ମିଳୁନି । ଏମିତିକି ଏଥର ପଂଚାୟତ ଏବଂ ପୌର ନିର୍ବାଚନରେ ତ ଅନୁଭବ ନିର୍ବାଚନୀ କ୍ୟାମ୍ପେନରେ ପୁରା ଗାଏବ୍ ଥିଲେ । ହେଲେ ସ୍ତ୍ରୀ ବର୍ଷାଙ୍କୁ କିନ୍ତୁ ଅନେକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଲାଗୁଥିଲା ଯେମିତି ବର୍ଷା ହିଁ ଥିଲେ ଷ୍ଟାର ଆଟ୍ରାକସନ୍ । ରାଜନୈତିକ ସମୀକ୍ଷକ ବି ମତ ଦେଉଛନ୍ତି ଯେ, ଅନୁଭବ ଗୋଟିଏ ଇସାରା ପାଇ ସାରିଲେଣି ଯେ, ବିଜେଡି ତାଙ୍କୁ ଦୂରେଇ ଦେଇ ବର୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛି ।
ବର୍ଷା-ଅନୁଭବ ବିବାଦ ଏବେ କୋର୍ଟରେ ବିଚରାଧୀନ ରହିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଅନୁଭବଙ୍କୁ କାହିଁକି ସୋସିଆଲ୍ ମିଡିଆରେ ଏପରି ଭିଡିଓ ପୋଷ୍ଟ କରିବାକୁ ପଡ଼ିଲା । ଭିଡିଓ ପୋଷ୍ଟ ପରେ ଏହା ତାଙ୍କ ପଲିଟିକାଲ୍ କ୍ୟାରିୟରକୁ ପ୍ରଭାବିତ କରିବା ନେଇ ଆଶଙ୍କା ବି ସେ ନିଜେ କରିଛନ୍ତି । ତାସତ୍ତ୍ୱେ ଏପରି କରିବା ପଛରେ କୌଣସି ଉଦ୍ଦେଶ୍ୟ ନିହିତ ଅଛି ନା ମନର ହତାଶା ଭାବକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସେ ବାଟ ଖୋଜିଛନ୍ତି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)