• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅପହରଣକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ରାଜନଗର ଥାନା ଜୁଣାପଙ୍ଗରାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର।

ଗତକାଲି ରାତି ପ୍ରାୟ ୯ ଟାରେ କିଛି ଦୃର୍ବୁତ୍ତ ୪ଟି ବାଇକ୍‌ରେ ଆସି ରାଜନଗର ଥାନା ଜୁଣାପଙ୍ଗରାଗାଁର ବିଚିତ୍ରାନନ୍ଦ ବିଶ୍ୱାଳଙ୍କ ଝିଆରୀଙ୍କୁ ଉଠାଇ ନେଇଥିଲେ । ଖବର ପାଇ ତାଙ୍କ ଦାଦା ବିଚିତ୍ରାନନ୍ଦ ବିଶ୍ୱାଳ ଗୋଡ଼ାଇ ନିଜ ଝିଆରୀକୁ ରକ୍ଷା କରିବାକୁ ପ୍ରୟାସ କରୁଥିଲେ । ସେହି ସମୟରେ  ଦୃର୍ବୁତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଗୁରତର ଅବସ୍ଥାରେ ବିଚିତ୍ରାନନ୍ଦଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ପୋଲିସ ଉଭୟ ପୁଅ ଓ ଝିଅଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।