Advertisment

ବିନା ଶିକ୍ଷକରେ ଚାଲିଛି ସ୍କୁଲ୍‌, କେମିତି ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ?

ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍‌ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lack Of Teachers In School

Lack Of Teachers In School

ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପଞ୍ଚୁବରାହୀ ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ୮ଟି ବ୍ୟାଚ୍‌ର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି। ମାତ୍ର ଏହି ହାଇସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନି।

Advertisment

ଅନ୍ୟ ସ୍କୁଲ୍‌ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ପିଲାମାନେ କିଭଳି ମାଟ୍ରିକ ପରୀକ୍ଷା ଦେବେ ସେନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ ଅଛନ୍ତି।

ଶିକ୍ଷାର ଉନ୍ନତୀକରଣ ଦିଗରେ ରାଜ୍ୟ ସରକାର ଅଧିକ ଫୋକସ୍‌ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଓଡିଶାରେ ବିନା ଶିକ୍ଷକରେ ବି ହାଇସ୍କୁଲ୍‌ ଥାଇପାରେ, ତାର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ।

Advertisment

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଚାଲିଥିବା ନୋଡାଲ ଉପ୍ରା ବିଦ୍ୟାଳୟକୁ ସରକାର ଅପଗ୍ରେଡେଡ୍‌ କରି ହାଇସ୍କୁଲ୍‌ର ମାନ୍ୟତା ଦେଲେ। ୨୦୧୨ ମସିହାରୁ ନୋଡାଲ ଉପ୍ରା ବିଦ୍ୟାଳୟ ସରକାରୀ ଅପଗ୍ରେଡେଡ୍‌ ହାଇସ୍କୁଲ୍‌ର ମାନ୍ୟତା ପାଇଛି। ହାଇସ୍କୁଲ୍‌ର ମାନ୍ୟତା ପାଇବା ଦିନଠୁ ନବମ ଓ ଦଶମ ଶ୍ରେଣୀରେ ପାଠପଢା ହେଉଛି। କିନ୍ତୁ କୌଣସି ଶିକ୍ଷକ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Schools Lack Of Teachers
Advertisment
Advertisment