ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି...
ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।
‘ଓଡ଼ିଶାରେ ମାଫିଆଙ୍କ ସରକାର ଚାଲିଛି । ଏଠାକାର ନେତା ମନ୍ତ୍ରୀ ଦୁର୍ନୀତି, ଦୁଷ୍କର୍ମ, ଭ୍ରଷ୍ଟାଚାର, ହତ୍ୟାରେ ଲିପ୍ତ ।’
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା ? କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ
କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।
ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା...
ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।
ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ
ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।
ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।
ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।
ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।
ନିର୍ଦ୍ଦୟ ସମ୍ପର୍କୀୟ । ଯୁବକଙ୍କୁ ଛେଚି ମାରିଦେଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।
ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ
ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।