Advertisment

ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ପରିବାର; ପତି ପାଇଁ ପତ୍ନୀ-ଭଉଣୀ ଲାଗି ଭାଇ-ପୁଅ ପାଇଁ ମା'

ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, Jharsuguda Bypoll

ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି, ସେତିକି ସରଗରମ ଝାରସୁଗୁଡ଼ା ର ଭୋଟ୍ ପାଣିପାଗ। ମତଦାତାଙ୍କୁ ମନେଇବାକୁ କୌଣସି ବି ସୁଯୋଗ ଛାଡୁ ନାହାନ୍ତି ନେତା ଓ ପ୍ରାର୍ଥୀ । ପ୍ରଚାର ମୈଦାନରେ ଜୋରଦାର ଟକ୍କର । ଏସବୁ ଭିତରେ ମୈଦାନରେ ଫ୍ୟାମିଲି କ୍ୟାମ୍ପେନ ବି ଚରମରେ ।

Advertisment

ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ପରିବାର । ପତି ପାଇଁ ପତ୍ନୀ, ତ ଭଉଣୀ ପାଇଁ ଭୋଟ୍ ମାଗୁଛନ୍ତି ଭାଇ । ଘର ପୁଅକୁ ଜିତେଇବାକୁ ମୈଦାନକୁ ଓହ୍ଳାଇଛନ୍ତି ମା' ଆଉ ଭଉଣୀ । ଝାରସୁଗୁଡା ଉପନିର୍ବଚାନରେ ଦେଖିବାକୁ ମିଳିଛି ଏମିତି ରୋଚକ ଦୃଶ୍ୟ । ହାତରେ ପୁଅର ପୁସିଂ କାର୍ଡ୍ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମା' ତଥା ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପତ୍ନୀ ତରୁଲତା ପାଣ୍ଡେ । ସ୍ୱାମୀଙ୍କ ନିର୍ବାଚନ ପରିଚାଳନାରେ ତାଙ୍କର ଅଭିଜ୍ଞତା ପୁଅ ପାଇଁ କାମ ଦେବ ବୋଲି କହିଛନ୍ତି ତରୁଲତା । ତାଙ୍କ ସହ ମୁମ୍ବାଇରୁ ଆସି ଭାଇକୁ ଜିତାଇବାକୁ ଅଣ୍ଟା ଭିଡ଼ିଛନ୍ତି ତରୁଲତାଙ୍କ ବଡ ଝିଅ ସରିତା ପାଣ୍ଡେ ।

ଅନ୍ୟପଟେ ଝିଅ ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସଙ୍କ ପାଇଁ ଓହ୍ଳାଇଛନ୍ତି ମାଆ ଆଉ ଭାଇ। ପ୍ରଚାର ଏବଂ ପରିଚାଳନାରେ ମୁଖ୍ୟ ଭୁମିକା ନେଇଛନ୍ତି ଭାଇ ବିଶାଳ ଦାସ । ଅନେକ ନିର୍ବାଚନୀ ସଭା ସମିତି ଏବଂ କାର୍ଯ୍ୟକ୍ରମରେ ଦୀପାଳିଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି ।

Advertisment

ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପତ୍ନୀ ଗୁଡିଆ ମିଶ୍ର ମଧ୍ୟ ନିଜେ କିଛି କିଛି କାର୍ଯ୍ୟକ୍ରମ କରି ଳୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।

କେବଳ ପ୍ରାର୍ଥୀ କି ପରିବାର ନୁହଁନ୍ତି। ଝାରସୁଗୁଡା ପ୍ରଚାର ମୈଦାନରେ ଏବେ ଚାଲିଛି ବିଭିନ୍ନ ଦଳର ହେଭିୱେଟଙ୍କ ଲଢେଇ । ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ପ୍ରଚାର କରିଥିବା ବେଳେ ସାମିଲ ହୋଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ। ସାଂସଦ ଜୁଏଲ ଓରାମ ଆଜି ଝାରସୁଗୁଡା ପୌର ପାଳିକାରେ ଏକ ବାଇକ ରାଲି ସହ ବିଭିନ୍ନ ସ୍ଥାନରେ ସାଧାରଣ ସଭା ମଧ୍ୟ କରିଥିଲେ।

ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ କିର୍ମିରା ବ୍ଲକର ଭିମଜୋର ଏବଂ ଝାରମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ରୋଡ଼ ସୋ କରିବା ସହିତ ସାଧାରଣ ସଭା ମଧ୍ୟ କରିଥିଲେ । ତାଙ୍କ ସହିତ ମନ୍ତ୍ରୀ ଟୁକୁନୀ ସାହୁ, ବିଜେଡି ନେତ୍ରୀ ଚିନ୍ମୟି ମିଶ୍ର, ବିଧାୟୀକା ବର୍ଷା ସିଂହ ବେରିହା ପ୍ରାର୍ଥୀ ସହିତ ରହି ପ୍ରଚାର କରିଛନ୍ତି । ସେହିପରି ପିସିସି ସଭାପତି ମଧ୍ୟ ଲଇକେରାର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିବା ବେଳେ ପ୍ରାର୍ଥୀ ତରୁଣ ପାଣ୍ଡେ ପୌରପାଳିକାରେ ପ୍ରଚାର କରିଛନ୍ତି ।

BJD Congress Odisha BJP Odisha Politics Bypoll
Advertisment
Advertisment