/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681723133.jpg)
Jharsuguda Bypoll
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭାରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଉପଜିଲ୍ଲାପାଳ ଅଫିସରେ ଟଙ୍କଧର ନିଜ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ଦିନ ୯ଟାରେ ମନମୋହନ ସ୍କୁଲ ପଡିଆରୁ ଏକ ଦଳୀୟ ଶୋଭାଯାତ୍ରା ବାହାରିଥିଲା ।
ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ସମୀର ମହାନ୍ତିଙ୍କ ପରି ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ ।
ଏହି ଅବସରରେ ଟଙ୍କଧର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟସରକାର ଝାରସୁଗୁଡ଼ାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଝାରସୁଗୁଡ଼ାବାସୀ ଏହାର ଜବାବ ଦେବେ ।
ଏପଟେ ଆସନ୍ତାକାଲି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ହେବ ମତଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)