/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682952271.jpg)
Odisha Politics: Baijayanta Panda Rally For Jharsuguda Bypoll
ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ମୈଦାନକୁ ଓହ୍ଲାଇ ଆଜି ଶାସକ ଦଳ ଉପରେ ଏମିତି ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ।
ଏହି ଅବସରରେ ବିକାଶ ପ୍ରସଙ୍ଗରେ ଦେଶ ଆଉ ରାଜ୍ୟ ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ତୁଳନାତ୍ମକ ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ତା’ସହ କହିଛନ୍ତି ରାଜ୍ୟରେ ବିଜେପି ସରକାର ଆସିଲେ ଆସାମ ଭଳି ଏଠି ବି ସରକାରୀ ଚାକିରିରେ ଫିକ୍ସିଂ କରୁଥିବା ପ୍ରଭାବଶାଳୀ ଜେଲ୍ ଯିବେ ।
ସ୍ଥାନୀୟ ଅଞ୍ଚଳର ପ୍ରସଙ୍ଗ ଉଠାଇ ଝାରସୁଗୁଡ଼ାରେ ଜଳସେଚନ, ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ହିତାଧିକାରୀ ଚୟନ ଓ ପାନୀୟ ଜଳ, ଡାକ୍ତର ନିଯୁକ୍ତି ଭଳି ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ବୈଜୟନ୍ତ । ତେଣୁ ଆଉ ୨୦୨୪କୁ ଅପେକ୍ଷା ନକରି ଓଡିଶାରେ ସରକାର ପରିବର୍ତ୍ତନର ଧାରା ଏଇ ଝାରସୁଗୁଡ଼ା ମାଟିରୁ ଆରମ୍ଭ କରିବାକୁ ଝାରସୁଗୁଡ଼ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଝାରସୁଗୁଡ଼ା ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ସପ୍ତାହଟିଏ ଥିବାରୁ ଏପଟେ ଜୋର ଧରିଛି ତିନି ଦଳର ପ୍ରଚାର ଅଭିଯାନ। ବିଜେଡି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ଝାରସୁଗୁଡ଼ା ମ୍ୟୁନିସିପାଲିଟି, ସଦର ବ୍ଲକ ଆଦି ଅଞ୍ଚଳରେ ରୋଡ ସୋ’ରେ ସାମିଲ ହୋଇଥିଲେ।
ବିଜେଡି ପକ୍ଷରୁ ପ୍ରାର୍ଥୀ ଦୀପାଳି ଦାସ ନିଜେ ବୁଲି ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କୁ ସାଙ୍ଗରେ ଧରି ସଦର ବ୍ଲକର ମାଲଦା, ପତ୍ରାପାକି, ରାମପୁର ଅଞ୍ଚଳ ବୁଲିଥିଲେ ଦୀପାଳି। ଅନ୍ୟପଟେ ପ୍ରଚାର ଯୁଦ୍ଧରେ ସାମାନ୍ୟ ପଛରେ ଥିଲେ ବି କଂଗ୍ରେସ ଆଜି ଦଳୀୟ ନେତାଙ୍କ ଘନ ଘନ ବୈଠକ କରି ଦଳ ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)