/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682691862.jpg)
Here's what Deepali Das says about father Naba Das' death
ନବ ଦାସଙ୍କ ହତ୍ୟାକାଣ୍ଡ ଥିଲା ବିଧିର ବିଧାନ। କେମିତି ତାଙ୍କ ଆତ୍ମାକୁ ନ୍ୟାୟ ମିଳିବ, ସେଥିପାଇଁ ଭଗବାନ ଅଛନ୍ତି। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ନବ ଦାସ ଙ୍କ ଝିଅ ଦିପାଳୀ ଦାସ। ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସଙ୍କୁ ପ୍ରଶ୍ନବେଳେ ଦୀପାଳି କହିଛନ୍ତି, ନ୍ୟାୟ ମିଳିବା କଥା ଯାହା କହୁଛନ୍ତି, ଭଗବାନ ଅଛନ୍ତି। ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା। ତଥାପି ବିଧିର ବିଧାନ ବୋଲି ଏହାକୁ ମୁଁ ଗ୍ରହଣ କରିବିନି ବୋଲି ବି କହିଛନ୍ତି ଦୀପାଳି।
ସେପଟେ କଂଗ୍ରେସ କହିଛି, କାଲି ନବୀନଙ୍କ ଉପରେ ଭରସା କଥା କହୁଥିବା ଦିପାଳୀ ଆଜି ଭଗବାନ ଭରସା ବୋଲି କହୁଛନ୍ତି। କେଉଁଠି ନା କେଉଁଠି ଦୀପାଳିଙ୍କ ମନ ଭିତରେ ଆଶଙ୍କା ସୃଷ୍ଟି ହେଲାଣି।
ନବ ଦାସ ହତ୍ୟା ପ୍ରସଙ୍ଗରେ #OTV ଖୋଲାକଥାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ଝିଅ ଦୀପାଳି ଦାସ#NabaDasDeath#BJD#DeepaliDaspic.twitter.com/Cw9btgL3NQ
— ଓଟିଭି (@otvkhabar) April 28, 2023
ଗତ ଜାନୁଆରୀ ୨୮ରେ ଗୁଳିମାଡ଼ରେ ଜୀବନ ହାରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ପୋଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଓଡ଼ିଶା ରାଜନୀତିରେ ଜଣେ ଆଗ ଧାଡ଼ିର ନେତାଙ୍କୁ ଗୁଳି କରି ହତ୍ୟା କରିବା ନୂଆ। ପୂର୍ବରୁ ଏଭଳି ଘଟଣା କେବେ ଦେଖାଯାଇ ନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)