ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।
ଅପରାହ୍ନ ୫ଟା ସୁଦ୍ଧା ୬୮.୧୨% ମତଦାନ । ସବୁ ବୁଥରେ ୱେବକାଷ୍ଟିଂ, ନଜର ରଖିଲା ଡ୍ରୋନ୍ ।
ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇଛି। ଏହାସହ ସମ୍ବେଦନଶୀଳ ବୁଥ୍ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
EVM ଓ ଅନ୍ୟ ସରଞ୍ଜାମ ସହ ବୁଥ୍ ରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।
ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।
କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।
ଉପନିର୍ବାଚନ ଭୋଟ ପୂର୍ବରୁ ଝାରସୁଗୁଡ଼ାରେ ଜୋଡତୋଡ଼ ରାଜନୀତିକୁ ନେଇ ଚର୍ଚ୍ଚା...ପରାଜୟ ଭୟରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଜେଡି ଟାଣୁଥିବା କହି ବର୍ଷିଲେ ବିରୋଧୀ, ଟଙ୍କା ଓ ପଦ ଯଚାଯାଉଥିବା ଅଭିଯୋଗ, ଜବାବ ରଖିଲା ବିଜେଡି...
ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।
ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।
ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ସେ ସ୍ଥାନୀୟ ଝାଡ଼େଶ୍ୱର ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିଛନ୍ତି । ତା’ ସହିତ ଝାରସୁଗୁଡ଼ା ଲଢ଼େଇ ପାଇଁ ତିନି ପ୍ରମୁଖ ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହୋଇଛି ।
ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି ।
ଦୁଇ ଦଳକୁ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । କିଏ ହେବେ ବିଜେପି ଯୋଦ୍ଧା, ଏଯାଏଁ ଦଳରେ ଅଙ୍କକଷା ସରୁନଥିବାରୁ ଚର୍ଚ୍ଚା ।