• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟ ସରକାରରେ ମାଫିଆମାନେ ବସିଛନ୍ତି । ଉତ୍ତରପ୍ରଦେଶକୁ ବିଜେପି ସରକାର ମାଫିଆଶୂନ୍ୟ କରୁଥିବା ବେଳେ ଓଡ଼ିଶାରେ ମାଫିଆମାନେ ହିଁ ସରକାର ଚଲାଉଛନ୍ତି । ପ୍ରଚାର ବେଳେ ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗୋଟିଏ ପଟେ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି, ହେଲେ ଏଠି ୨୩ ବର୍ଷ ହେଲା ଗୋଟିଏ ସରକାର କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ଅପରାଧ ବଢ଼ି ବଢ଼ି ଚାଲିଛି । ଦୁଷ୍କର୍ମ, ହତ୍ୟା, ଦୁର୍ନୀତିରେ ଖୋଦ୍ ସରକାରୀ ଦଳର ନେତା ସାମିଲ । ଓଡ଼ିଶାରେ ଅପରାଧ ଗତ ୧୦ ବର୍ଷ ଭିତରେ ବଢ଼ିଛି । ଝାରସୁଗୁଡ଼ାରେ ଖୋଦ୍ ସରକାରୀ ଦଳ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି । ସାଧାରଣ ଲୋକଙ୍କ କଥା କହିଲେ ନସରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ଅନେକ ଯୋଜନା ରାଜ୍ୟରେ ଲାଗୁ ନକରି ଲୁଟ୍‌ କରାଯାଉଛି । ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩% ଜଳସେଚନ କରିବେ । କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ଜବାବ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଝାରସୁଗୁଡ଼ାରେ ଡାକ୍ତର ନାହାନ୍ତି, ପାନୀୟ ଜଳ ମିଳୁନି, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି । ଲୋକେ ବୁଝି ସାରିଲେଣି । ୨୦୨୪ରେ ପୁଣି ମୋଦି ସରକାର କେନ୍ଦ୍ରର ନେତୃତ୍ୱ ନେବେ, ଆଉ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର’ । ପରିବର୍ତ୍ତନ ଝାରସୁଗୁଡ଼ାରୁ ଆରମ୍ଭ ହେବ ବୋଲି କହିଛନ୍ତି ବୈଜୟନ୍ତ ।

ଆଜି ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଲଇକେରା ଓ କୋଲାବିରା ବ୍ଲକରେ ମାରାଥନ୍ ପ୍ରଚାର କରୁଛନ୍ତି । ଲୋକଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସାଧାରଣ ସଭା ସହ ଡୋର ଟୁ ଡୋର କ୍ୟାମ୍ପେନ୍ କରିଛନ୍ତି । ସେପଟେ ବୈଜୟନ୍ତଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସେପଟେ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ବିଜେପି ଅଭିଯୋଗ କରିଛି, ବିଜେଡ଼ି ହିଂସା କରି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଗତକାଲି ଝାରସୁଗୁଡ଼ା ମଙ୍ଗଳାବଜାର ଠାରେ ବିଜେଡ଼ି କର୍ମୀମାନେ ବିଜେପି ପ୍ରଚାର ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ ବିଜେପି କର୍ମୀଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରିଛନ୍ତି ।

ଏନେଇ ସ୍ଥାନୀୟ ଏସପି ଓ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ FIR ଦିଆଯିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠନ ହୋଇନି। ତେଣୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି ପ୍ରତନିଧି ଦଳ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।...