Advertisment

ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Heat Wave In Odisha

heat wave

ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ଫଳରେ ଘରୁ ଗୋଢ଼ କାଢ଼ିବା ମୁସ୍କିଲ ହୋଇପଡ଼ୁଛି । ରାଜ୍ୟର ୨୯ଟି ସହରରେ ଗତକାଲି ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ  ବାରିପଦା ଏବଂ  ଝାରସୁଗୁଡାରେ ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଅନ୍ୟ ସହର ଭିତରେ  ବଲାଙ୍ଗୀରବୌଦ୍ଧ, ନୂଆପଡା, ଟିଟିଲାଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର ଏବଂ ସୁନ୍ଦରଗଡ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଥିଲା ।

Advertisment

ରାଜଧାନୀ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଥିଲା । ଆସନ୍ତା ୨୧ ତାରିଖ ଯାଏଁ ଏପରି ଗରମରୁ ମୁକ୍ତି ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ତାପମାତ୍ରା ବୃଦ୍ଧି ପାଉଥିବାରୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ: ଡହ ଡହ ଖରାରେ ଡହଳବିକଳ ଜଙ୍ଗଲୀ ଜନ୍ତୁ; ନୂଆପଡ଼ାରେ ବାଘ ଚେତାଶୂନ୍ୟ, ନରସିଂହପୁରରେ ହାତୀ ମୃତ୍ୟୁ 

Advertisment

 ସୁନ୍ଦରଗଡମୟୁରଭଞ୍ଜକେଉଁଝରଝାରସୁଗୁଡାସମ୍ବଲପୁରସୋନପୁରବଲାଙ୍ଗୀରବୌଦ୍ଧ ଜିଲ୍ଲା କୁ ସତର୍କ କରାଯାଇଛି । ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ। ...

ସେପଟେ ଆଜି ସକାଳୁ ସକାଳୁ ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚି ଯାଇଛି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ରେ ଅସହ୍ୟ ତାତି ଅନୁଭୂତ ହେଉଛି । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ଏହି ତାପମାତ୍ରା ରେକର୍ଡ କରାଯାଇଛି ।

Heat Wave Weather Update
Advertisment
Advertisment