• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୋଟ ଗ୍ରହଣ ତାରିଖ ଯେତିକି ପାଖୋଉଛି ସେତିକି ସରଗରମ ହେବାରେ ଲାଗିଛି ଝାରସୁଗୁଡ଼ା ପ୍ରଚାର ମୈଦାନ। ତେବେ ପ୍ରଚାର ଓ ପ୍ରସଙ୍ଗ ବାଦ୍ ବୁଥ୍ ମ୍ୟାନେଜମେଣ୍ଟ ଉପରେ ସବୁ ଦଳର ଫୋକସ ରହିଛି । ବିଜେପି ପ୍ରଭାରୀ ସୁନୀଲ ବଂଶଲ ଦିନିକିଆ ଗସ୍ତରେ ଆସି ନିର୍ବାଚନ ଦାୟିତ୍ବରେ ଥିବା କର୍ମକର୍ତ୍ତାଙ୍କୁ ବୁଥ୍ ପରିଚାଳନା ପାଠ ପଢ଼େଇଛନ୍ତି । ଅନ୍ୟପଟେ ଶାସକ ଦଳ ବିଜେଡ଼ି ବିଧାୟକ, ମନ୍ତ୍ରୀଙ୍କୁ ବୁଥ୍ ତଦାରଖ ଦାୟିତ୍ବ ଦେଇଥିବା ବେଳେ କଂଗ୍ରେସ ବି ବୁଥ ଜଗିବାକୁ ଅଣ୍ଟା ଭିଡ଼ିିଛି ।

ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ
ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ। ପ୍ରାର୍ଥୀ ଟଙ୍କଧରଙ୍କୁ ବସାଇ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ୍ ଓରାମ ଓ ସୁରେଶ ପୂଜାରୀଙ୍କ ସମେତ ଦଳର କୋର କମିଟି ସହ ପ୍ରାୟ ଦୁଇ ଘଣ୍ଟା ଧରି ମାନସ ମନ୍ଥନ କରିଛନ୍ତି। କେବଳ ସେତିକି ନୁହେଁ କୋଲାବିରା ଏବଂ ମ୍ୟୁନସିପାଲଟିରେ ବୁଥସ୍ତୟୀର କର୍ମକର୍ତ୍ତାଙ୍କ କାନରେ ବଂଶଲ ଫୁଙ୍କିଛନ୍ତି ବିଜୟ ମନ୍ତ୍ର । 

ଅନ୍ୟପଟେ ଶାସକ ଦଳ ସହ ଅନୁକମ୍ପା ଥାଇ ବି ବିଜେଡି ଏଠି ଟେନସନରେ ରହିଛି । ସେଇଥିପାଇଁ ପୂରା ନିର୍ବାଚନ ମଣ୍ଡଳିରେ ପୁଳା ପୁଳା ବିଧାୟକ, ମନ୍ତ୍ରୀ ଓ ଦଳୀୟ ପଦାଧିକାରୀ ଡେରା ପକାଇଛନ୍ତି । ଗତକାଲି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରତିଟି ବୁଥରେ ଦଳୀୟ ସ୍ଥିତିର ସମୀକ୍ଷା ହୋଇଛି । ଦୁଇ ଉପସଭାପତି ଦେବୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା ବେଳେ ପ୍ରତି ବ୍ଲକ୍ ଦାୟିତ୍ବରେ ଅଛନ୍ତି ତିନିରୁ ୪ ଜଣ ମନ୍ତ୍ରୀ ଓ ବିଧାୟକ ।

ଅନ୍ୟପଟେ ପ୍ରାର୍ଥିପତ୍ର ଦାଖଲ ଦିନଠୁ ଝାରସୁଗୁଡାରେ ଡେରା ପକାଉଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରସଂଗ ଆଉ ପ୍ରଚାର ବାଦ୍ କଂଗ୍ରସେ ବି ଏଠି ବୁଥ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଫୋକସ୍ କରିଛି ।ବିଶେଷ କରି ହେମାନନ୍ଦ ବିଶ୍ବାଳ ଏବଂ ବୀରେନ ପାଣ୍ଡେଙ୍କ ଭୋଟକୁ ହାସଲ କରିବାକୁ ଷ୍ଟ୍ରାଟେଜି କରିଛି ଦଳ । ଏଥିପାଇଁ ୮୦ ଜଣ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଜଣେ ଲେଖାଏଁ ନେତାଙ୍କୁ ଦୁଇରୁ ତିନିଟି ବୁଥ୍ ଜଗିବାକୁ କୁହାଯାଇଛି ।

 

 

  • Reported by:
  • SOUMYA RANJAN SAHOO , Bhagirathi Sahu