ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଦୁଇ ଦିନ ସ୍କୁଲ୍ ଛୁଟି। ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବି ହିଟ୍ ୱେଭ୍ ଯୋଗୁ ଗତ ୧୨ରୁ ୧୬ ତାରିଖ ୫ ଦିନ ଯାଏ ସ୍କୁଲ୍ ଛୁଟି କରାଯାଇଥିଲା। ଏବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପାରଦ ୪୪ ଡିଗ୍ରୀ ଡେଇଁଲାଣି।
All Govt, aided and private schools up to Std-12 and all Anganwadi Centres in Odisha shall remain closed on 19th and 20th April due to prevailing heatwave conditions. @CMO_Odisha @IPR_Odisha @SMEOdisha @WCDOdisha @SecyChief
— Pradeep Jena IAS (@PradeepJenaIAS) April 18, 2023
ଆସନ୍ତା ୨୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ୨୯ଟି ସହରରେ ଗତକାଲି ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ ବାରିପଦା ଏବଂ ଝାରସୁଗୁଡା ରେ ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଉଥିବାରୁ ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।