/odishatv-khabar/media/post_attachments/uploadimage/library/16_9/16_9_0/murder_1681703083.jpg)
murder
ଯୁବକଙ୍କୁ ପଥରରେ ଛେଚି ହତ୍ୟା । ବଚସାରୁ ହତ୍ୟାକାଣ୍ଡ । ଝାରସୁଗୁଡା ଜିଲ୍ଲା ବେଲପାହାଡ ଫାଟକ ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ବେଲପାହାଡ଼ ଅଞ୍ଚଳର ବିଜୟ କଲେତ । ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ହତ୍ୟା କରିଥିବା ବ୍ୟକ୍ତି ଜଣକ ଯୁବକଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଗତ କାଲି ରାତି ସାଢ଼େ ୧୧ଟାରେ କୌଣସି କାରଣକୁ ନେଇ ମୃତ ବିଜୟ ଓ ତାଙ୍କ ସମ୍ପର୍କୀୟ ଶଳା ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ହିତାହିତ ଜ୍ଞାନ ହରାଇଥିଲେ ସମ୍ପର୍କୀୟ । ଆଉ ସେ ବିଜୟଙ୍କୁ ପଥରରେ ଛେଚି ଲହୁଲୁହାଣ କରିପକାଇଥିଲେ ।
ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ଛାନଭିନ ଆରମ୍ଭ କରିଥିବା ବେଳେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)