• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

UPI
UPI Transaction: UPI ଆଣିଲା ନୂଆ ନିୟମ; ଆଜି ଜାଣନ୍ତୁ, ନହେଲେ କାଲିଠାରୁ ଫସିବେ

ପୂର୍ବରୁ UPI ଆଇଡିରେ ଆଲ୍‌ଫାନ୍ୟୁମେରିକ କ୍ୟାରେକ୍ଟର ବ୍ୟବହାର କରିବା ପାଇଁ NPCI ପରାମର୍ଶ ଦେଇଥିଲା। NPCIର ଏହି ପରାମର୍ଶକୁ କେତେକ ସଂସ୍ଥା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଏବେ ମଧ୍ୟ ଅନେକ ସଂସ୍ଥା ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।

Sonia Gandhi's Remark
Sonia Gandhi Controversy: ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହି ବିବାଦରେ ସୋନିଆ ଗାନ୍ଧି

ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ ଓ ମାଆଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା କ୍ୟାମେରାରେ କଏଦ୍ ହୋଇଥିଲା ।

Plastic bottle
Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ହୃଦଘାତ !

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ବିଶୁଦ୍ଧ ଜଳ ଭାବି ଆପଣ ଯାହାକୁ ପିଉଛନ୍ତି, ତାହା ସହଜରେ ଜହର ସାଜି ହୃଦୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ !

Budget 2025
Budget 2025: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ସାଇବର କ୍ରାଇମ୍ ସାମାଜିକ ସୁରକ୍ଷାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି। ୧୦ ବର୍ଷ ତଳେ ଭିତ୍ତିଭୂମି ୨ ଲକ୍ଷ କୋଟି ଥିଲା, ଏବେ ୧୧ ଲକ୍ଷ କୋଟିରେ ପହଞ୍ଚିଛି। ସ୍ପେଶ୍ ଡକିଂରେ ଆମକୁ ସଫଳତା ମିଳିଛି । ପିଏମ୍ ଗତି ଶକ୍ତି ଦ୍ବାରା ଦେଶରେ କନେକ୍ଟିଭିଟି ବଢ଼ିଛି।

Murder
Gujarat Murder: ଜହ୍ଲାଦ ପାଲଟିଲେ ୨ ପୁଅ; ମା’ର ପ୍ରେମିକକୁ ଛୁରି ଭୁସିଲେ, ଅନ୍ତବୁଜୁଳା କାଢି ଫୋପାଡି ଦେଲେ

ବିଚ୍‌ ରାସ୍ତାରେ ଲୁହା ରଡ୍‌ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।

ପାଞ୍ଚ କୁମ୍ଭୀରିଣୀ ଓ ନବଗୁଞ୍ଜର ବୃତ୍ତାନ୍ତ 
Mahabharat Story: ପାଞ୍ଚ କୁମ୍ଭୀରିଣୀ ଓ ନବଗୁଞ୍ଜର ବୃତ୍ତାନ୍ତ 

କାହିଁକି ଏକା ଏକା ବାର ବର୍ଷ ପାଇଁ ବନବାସ ଗଲେ ଅର୍ଜୁନ? ପାଞ୍ଚ ଅପ୍ସରୀ କୁମ୍ଭୀରିଣୀ ହେଲେ କେମିତି? କାହିଁକି କୃଷ୍ଣ ନବଗୁଞ୍ଜର ରୂପ ଧରିଲେ? କାହିଁକି ନାଗ କନ୍ୟା ଅର୍ଜୁନଙ୍କୁ ନାଗଲୋକକୁ ଧରି ନେଲେ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Marriage
Vastu Tips: ଜାଣି ରଖନ୍ତୁ ବିବାହିତା ମହିଳା... ଏହି ଜିନିଷ କେବେ ବି ଦିଅନ୍ତୁ ନାହିଁ

ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ।

Spacewalk
Sunita Williams Spacewalk: ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

ସୁନୀତା ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ବାହାରକୁ ଯାଇ ପ୍ରାୟ ସାଢେ ୫ ଘଣ୍ଟାର ସ୍ପେସୱାକ୍ କରିଛନ୍ତି। ଏହା ସୁନୀତାଙ୍କର ନବମ ଏବଂ ୱିଲମୋରଙ୍କ ପଞ୍ଚମ ସ୍ପେସୱାକ୍ ଥିଲା। ସୁନୀତାଙ୍କ ପାଖରେ ମୋଟ୍ ୬୨ ଘଣ୍ଟା ୬ମିନିଟ୍ ର ସ୍ପେସୱାକ୍ ରେକର୍ଡ ଅଛି ଯାହା ନାସାର ସର୍ବକାଳୀନ ତାଲିକାରେ ଚତୁର୍ଥ।

GOLD PRICE
Gold Price Today,31st January 2025: ସୁନା-ରୂପା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ମୂଲ୍ୟ....

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୪,୩୩୦ ଟଙ୍କା ରହିଛି ।

୫୦ ବର୍ଷ ପୂରଣ କଲା ‘ସୋଲେ’
Sholay Completes 50 Years: କେଉଁଠି ଅଛନ୍ତି ଠାକୁର ସାହେବ ଆଉ ଗବ୍ବର ସିଂ ? କ’ଣ କରୁଛନ୍ତି ବୀରୁ, ଜୟ ଆଉ ବସନ୍ତୀ ?

୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପୀଢି ପରେ ପୀଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।

Delhi Burari Building Collapse
Burari Building Collapse: ୩ ଟମାଟୋରେ ୩୦ ଘଣ୍ଟା; ଭଙ୍ଗା କୋଠା ତଳୁ ଉଦ୍ଧାର ହେଲା ପରିବାର

ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।

Budget Session
Union Budget 2025: ଆଜିଠୁ ସଂସଦର ବଜେଟ୍ ଅଧିବେଶନ; କାଲି ଖୋଲିବ ନିର୍ମଳାଙ୍କ ପେଡ଼ି

ଚଳିତ ଥର ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।

break up
Break UP Job Oppertunity: ବେଙ୍ଗାଲୁରୁରେ ଅଜବ ଚାକିରି, ବ୍ରେକ ଅପ ହେଇଥିଲେ କରିବେ ଆପ୍ଲାଇ

ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି ସୁଯୋଗ ବାହାରିଛି। ତେବେ ଏହି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଜଣଙ୍କର ଅନ୍ୟୁନ ଥରେ ବ୍ରକ ଅପ ହୋଇଥିବା ଆବଶ୍ୟକ। ବେଙ୍ଗାଲୁରୁର କମ୍ପାନୀ ଟପ ମେଟ ନିଜ ପାଇଁ ଜଣେ କର୍ମଚାରୀ ଖୋଜୁଛି।

Budget
Budget 2025 Expectations: ଦିନକ ପରେ ବଜେଟ୍‌: ଆଶାରେ ବେତନଭୋଗୀ, ମଧ୍ୟବିତ୍ତ ଓ ଆୟକରଦାତା

ପ୍ରତିବର୍ଷ ବଜେଟ୍‌ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍‌ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।

କାଲିଠୁ ବଜେଟ୍‌ ଅଧିବେଶନ
Budget Session: କାଲିଠୁ ବଜେଟ୍‌ ଅଧିବେଶନ ଆରମ୍ଭ, ୧ରେ ଆଗତ ହେବ ବଜେଟ୍‌

ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

kohli
Virat Kohli Lunch:ଏହି ସ୍ଥାନରୁ ଲଞ୍ଚ ଅର୍ଡର କଲେ ବିରାଟ କୋହଲି, ସୂଚନା ଦେଲେ CHEF

ଫିଟନେସ ଫ୍ରିକ ବିରାଟ କୋହଲି କଣ ଖାଇବେ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ଦିଲ୍ଲୀ ତାଙ୍କର ଘର ହୋଇଥିବା ବେଳେ ଘର ଖାଇବା ଖାଇବେ କି ଅର୍ଡର କରିବେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ସେଫ ସଞ୍ଜୟ ଝା।

monalisa
Monalisa Signs First Film: କୁମ୍ଭ ମେଳାରୁ ବଦଳିଲା ଭାଗ୍ୟ, ପ୍ରଥମ ଫିଲ୍ମ ସାଇନ କଲେ ମୋନାଲିସା

କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିବା ମୋନାଲିସା ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଛନ୍ତି।

Corona Virus
Corona Virus Origin: ଉହାନ ଲାବରୁ ଜନ୍ମ ନେଇଥିଲା କି କରୋନା ଭାଇରସ୍ ? ଦାବି ଉଠିଲାଣି ଆମେରିକାରେ

ଏହି ଭୂତାଣୁ ଚୀନର ଲାବରୁ ବାହାରିଥିଲା କି ନାହିଁ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କେହି ପହଞ୍ଚିପାରି ନାହାନ୍ତି । କିନ୍ତୁ ସମସ୍ତେ ଆଲୋଚନା କରୁଛନ୍ତି, ଏହି ଭୂତାଣୁର ଉତ୍ପତ୍ତି ଚୀନର ଲାବରୁ ହିଁ ହୋଇଛି । ଏହାର ଉତ୍ତର ଦାବି କରୁଛନ୍ତି ଆମେରିକାର କଂଗ୍ରେସମ୍ୟାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପକାଉଛନ୍ତି ଚାପ । ଏହାର ବିଧିବଦ୍ଧ ତଦନ୍ତ ହେଉ । କେବଳ ସେତିକି ନୁହେଁ ଚୀନ୍ ଏଥିପାଇଁ ମୂଲ୍ୟ ଦେଉ ।

କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ
Mahakumbh Fire: ମହାକୁମ୍ଭ ମେଳାରେ ପୁଣି ଲାଗିଲା ନିଆଁ, ଜଳିଗଲା ୧୫ ପେଣ୍ଡାଲ

ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

‘ବିରାଟ କୋହଲିଙ୍କୁ ଦିଅ ବୋଲିଂ’
Watch: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ

ବିରାଟଙ୍କୁ ଗ୍ରାଉଣ୍ଡରେ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକମାନେ ବିରାଟ କୋହଲିଙ୍କୁ ବୋଲିଂ ଦେବାକୁ ଦାବି କରିଥିଲେ । ଫ୍ୟାନ୍ସମାନେ ‘ବିରାଟ କୋହଲିଙ୍କୁ ବୋଲିଂ ଦିଅ’ ବୋଲି ନାରା ଲଗାଇଥିଲେ ।

neymar
Costly Deal Of Neymar: ଫୁଟବଲ ଇତିହାସର ମହଙ୍ଗା ଡିଲ, ୭ ମ୍ୟାଚ ପାଇଁ ୮୦୦ କୋଟି ଚାର୍ଜ କଲେ ସୁପରଷ୍ଟାର

ଅଲ ହିଲାଲ ପକ୍ଷରୁ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ସେ ପାଇଛନ୍ତି ୮୦୦ କୋଟି ଟଙ୍କା। ବର୍ତ୍ତମାନ ନେମାର ବ୍ରାଜିଲକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି। ହାରାହାରି ଦେଖିଲେ ନେମାର ଗୋଟିଏ ମ୍ୟାଚ ପିଛା ୧୧୬ କୋଟି ଟଙ୍କା ଆୟ କରିଛନ୍ତି।

marriage
Professor Marry Student in Classroom : କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍

ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି।

Deepseek
Deepseek: ବିଶ୍ବସନୀୟତା ହରାଇଲା ଚୀନର AI ଚାଟ ବଟ Deepseek

ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାର ଅସଲ ଚେହେରା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଏହି ଏଆଇ ଆପ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସୁନାହିଁ ବରଂ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।

High Court Order
Marriage And Divorce: ବିବାହର ବର୍ଷକ ମଧ୍ୟରେ ହୋଇପାରିବନି ବିଚ୍ଛେଦ, ରାୟ ଦେଲେ ହାଇକୋର୍ଟ

ହାଇକୋର୍ଟ ଦେଲେ ବଡ଼ ରାୟ । ବିବାହ ଓ ବିଚ୍ଛେଦକୁ ନେଇ କହିଲେ ଏମିତି । ବର୍ଷକ ଭିତରେ ବିଚ୍ଛେଦକୁ ଦେଲେନି ଅନୁମତି ।

GBS Death In Kolkata
New Disease GBS: ବ୍ୟାପିଲା GBS ରୋଗ, ପୁଣେ ପରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ ।