Advertisment

Monalisa Signs First Film: କୁମ୍ଭ ମେଳାରୁ ବଦଳିଲା ଭାଗ୍ୟ, ପ୍ରଥମ ଫିଲ୍ମ ସାଇନ କଲେ ମୋନାଲିସା

କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିବା ମୋନାଲିସା ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
monalisa

monalisa

କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିବା ମୋନାଲିସା ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ମାଳା ବିକି ଗୁଜୁରାଣ ମେଣ୍ଟଉଥିବା ମୋନାଲିସାଙ୍କୁ ବଲିଉଡରେ ବିଗ ବ୍ରେକ ଦେଇଛନ୍ତି ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର।

Advertisment

ସନୋଜ ‘ଡାଏରୀ ଅଫ ମଣିପୁର’ ନାମରେ ଫିଲ୍ମଟି କରୁଛନ୍ତି। ଏହି ଫିଲ୍ମ ପାଇଁ ସେ ମୋନାଲିସାଙ୍କୁ ସାଇନ କରିବା ପାଇଁ ମଧ୍ୟପ୍ରଦେଶରେ ଥିବା ତାଙ୍କ ଘରକୁ ଯାଇଥିଲେ। ଏହା ସହ ମନୋଜ ବି ଇନଷ୍ଟାଗ୍ରାମରେ ମୋନାଲିସାଙ୍କ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ତାଙ୍କ ପରିବାର ସହିତ ସେ ଆଲୋଚନା କରିଥିବା ବେଳେ କଠିନ ପରିଶ୍ରମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୋନାଲିସା।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

Advertisment

ମନୋଜ ପୂର୍ବରୁ ରାମ ଜନ୍ମଭୂମି, ଦ ଡାଏରୀ ଅଫ ୱେଷ୍ଟ ବେଙ୍ଗଲ ଓ କାଶୀ ଟୁ କଶ୍ମୀର ଭଳି ଫିଲ୍ମ ତିଆରି କରି ସାରିଛନ୍ତି। ଏହି ଫିଲ୍ମର ବଜେଟ ୨୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ମୋନାଲିସାଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ଭବତଃ ସେ ଜଣେ ଆର୍ମି ଅଫିସରଙ୍କ ଝିଅ ଭୂମିକାରେ ନଜର ଆସି ପାରନ୍ତି।

କୁମ୍ଭ ମେଳାକୁ ମାଳା ବିକ୍ରି କରିବା ପାଇଁ ଯାଇଥିବା ମୋନାଲିସା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ତାଙ୍କ ନିଆରା ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ସୋସିଆଲ ମିଡିଆରେ ନୂଆ ସେନ୍‌ସେସନ ପାଲଟି ଯାଇଥିଲେ। ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାଙ୍କ ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଥିଲା ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍।

ନିଜର ଲୋକପ୍ରିୟତା ଦେଖି ପ୍ରଥମେ ପ୍ରଥମେ ସେ ବହୁତ ଖୁସି ହେଉଥିବା ବେଳେ ପରେ ଏହା ଭାରି ପଡିଲା। ଯେତେବେଳେ ଲୋକମାନେ ମୋନାଲିସାଙ୍କ ସହ ସେଲ୍‌ଫି ନେବା ପାଇଁ ଦିନରାତି ଲାଇନ୍ ଲଗାଇଲେ, ସେତେବେଳେ ସେ ଏବଂ ତାଙ୍କ ପରିବାର ସମସ୍ତେ ବିରକ୍ତ ହୋଇଥିଲେ ତେଣୁ ସେ ମହାକୁମ୍ଭ ଛାଡି ନିଜ ଘରକୁ ପଳାଇଥିଲେ।

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

Bollywood Kumbh Mela Mahakumbh Monalisa
Advertisment
Advertisment