Advertisment

Virat Kohli Lunch:ଏହି ସ୍ଥାନରୁ ଲଞ୍ଚ ଅର୍ଡର କଲେ ବିରାଟ କୋହଲି, ସୂଚନା ଦେଲେ CHEF

ଫିଟନେସ ଫ୍ରିକ ବିରାଟ କୋହଲି କଣ ଖାଇବେ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ଦିଲ୍ଲୀ ତାଙ୍କର ଘର ହୋଇଥିବା ବେଳେ ଘର ଖାଇବା ଖାଇବେ କି ଅର୍ଡର କରିବେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ସେଫ ସଞ୍ଜୟ ଝା।

author-image
Saroj Kumar Jena
ଅଦ୍ୟତନ ହୋଇଛି
kohli

kohli

ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଦୀର୍ଘ ୧୨ ବର୍ଷ ପରେ ରଣଜୀ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୪୪୦୦ ଦିନରୁ ଅଧିକ ଦିନ ପରେ କୋହଲି ଫେରିଥିବା ବେଳେ ଏହା ଉପରେ ଭାରତୀୟ ଫ୍ୟାନ ମାନେ ନଜର ରଖିଛନ୍ତି। କୋହଲିଙ୍କ ଅନ ଓ ଅଫ ଦ ଫିଲ୍ଡ ଆକ୍ଟିଭିଟି ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ଥର ପାଇଁ କୌଣସି ରଣଜୀ ଟ୍ରଫି ମ୍ୟାଚରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ୧୦ ହଜାରରୁ ଅଧିକ ବିରାଟ କୋହଲି ଫ୍ୟାନ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ରେଲୱେଜ ପ୍ରଥମେ ବ୍ୟାଟିଂ କରିଥିବା ବେଳେ କୋହଲିଙ୍କୁ ବୋଲିଂ ଦେବା ପାଇଁ ଫ୍ୟାନ ମାନେ ଷ୍ଟାଣ୍ଡରୁ ଦାବି କରିଥିଲେ।

Advertisment

ତେବେ ଫିଟନେସ ଫ୍ରିକ ବିରାଟ କୋହଲି କଣ ଖାଇବେ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ଦିଲ୍ଲୀ ତାଙ୍କର ଘର ହୋଇଥିବା ବେଳେ ଘର ଖାଇବା ଖାଇବେ କି ଅର୍ଡର କରିବେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ସେଫ ସଞ୍ଜୟ ଝା।

ସଞ୍ଜୟ କହିଥିଲେ ବିରାଟ ଲଞ୍ଚ ପାଇଁ ଡିଡିସିଏର କ୍ୟାଣ୍ଟିନରୁ ହିଁ ଖାଇବା ଅର୍ଡର କରିଥିଲେ। ଏହା ସହିତ ସେ ଚିଲି ପନୀର ଖାଇବା ପାଇଁ ମଗାଇଥିଲେ। ଡିଡିସିଏ କ୍ୟାଣ୍ଟିନରେ ସେଫ ଭାବରେ କାମ କରୁଥିବା ସଞ୍ଜୟ ଏକ ସାକ୍ଷାତକାରରେ ଏହି ଘଟଣା ଉପରୁ ପରଦା ଉଠାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଫ୍ୟାନଙ୍କ ପାଗଳାମି; ପଶିଗଲେ ଷ୍ଟାଡିୟମ, ବିରାଟଙ୍କ ପାଦ ଛୁଇଁବାକୁ କଲେ ଠେଲାପେଲା

ଉଲ୍ଲେଖଯୋଗ୍ୟ ଯେ, ସିନିୟର ଖେଳାଳିଙ୍କ ପାଇଁ ରଣଜୀ ଟ୍ରଫି ଖେଳିବା ବାଧ୍ୟତାମୂଳକ କରାଯିବା ପରେ କୋହଲି ଦୀର୍ଘ ୧୨ ବର୍ଷ ପରେ ରଣଜୀ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ରେଲୱେଜ ବିପକ୍ଷରେ ଖେଳିବାକୁ କୋହଲି ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ଷ୍ଟାଡିୟମର ଗ୍ୟାଲେରି ଭର୍ତ୍ତି ହୋଇଯାଇଥିଲା। ହାତରେ କୋହଲିଙ୍କ ପ୍ଲାକାର୍ଡ, ପୋଷ୍ଟର ବ୍ୟାନର ଧରି ଷ୍ଟାଡିୟମର ଭିତରକୁ ଆସିଥିଲେ ଫ୍ୟାନ୍। ବିରାଟ କୋହଲି, ବିରାଟ କୋହଲି ଧ୍ୱନିରେ କମ୍ପିଥିଲା ଥିଲା ଷ୍ଟାଡିୟମ। ଫ୍ୟାନଙ୍କ ଭିତରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ। ଏପରିକି ଜଣେ ଫ୍ୟାନ୍ ଠେଲାପେଲା କରି ଷ୍ଟାଡିୟମ ଭିତରକୁ ପଶି ଯାଇଥିଲେ। ଫ୍ୟାନ ଜଣଙ୍କ ଦୌଡ଼ି ଦୌଡ଼ି ଯାଇ ପିଚ୍ ଭିତରେ ବିରାଟଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ତାଙ୍କୁ ସେଠାରୁ ଆଣି ବାହାରେ ଛାଡିଥିଲେ ସୁରକ୍ଷାକର୍ମୀ।

ପ୍ରଥମ ଦିନର ଖେଳରେ ରେଲୱେଜ ୨୪୧ ରନରେ ଅଲଆଉଟ ହୋଇଥିବା ବେଳେ ଷ୍ଟମ୍ପସ ବେଳକୁ ଦିଲ୍ଲୀ ୧ ଉଇକେଟ ହରାଇ ୪୧ ରନ କରିଛି। ଉଇକେଟ କିପର ଉପେନ୍ଦ୍ର ଯାଦବ ସର୍ବାଧିକ ୯୫ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ନବଦୀପ ସାଇନି ଓ ସୁମିତ ମାଥୁର ୩ଟି ଲେଖାଏ ଉଇକେଟ ନେଇଥିଲେ। କୋହଲିଙ୍କ ଝଲକ ପାଇବାକୁ ଷ୍ଟାଡିୟମକୁ ଆସିଥିବା ଫ୍ୟାନ ମାନଙ୍କୁ ଦ୍ବିତୀୟ ଦିନକୁ ଅପେକ୍ଷା କରିବାକୁ ହେବ। ଦ୍ବିତୀୟ ଦିନରେ କୋହଲି ବ୍ୟାଟିଂ କରିବାକୁ ଥିବା ବେଳେ ଦର୍ଶକ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ:  ପ୍ରତିଶ୍ରୁତି ଦେଲେ ସରକାର, ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

Virat Kohli Ranji Trophy
Advertisment
Advertisment