• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଦୁଇ ହିନ୍ଦୁଙ୍କ ମଧ୍ୟରେ ବିବାହ ହେଉଛି ପବିତ୍ର । ବିବାହର ବର୍ଷକ ମଧ୍ୟରେ ହୋଇପାରିବନି ବିବାହ ବିଚ୍ଛେଦ । ବିଚ୍ଛେଦ ପାଇଁ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଯଦି ସେଭଳି କୌଣସି ଅତ୍ୟଧିକ କଷ୍ଟକର ବ୍ୟତିକ୍ରମ କିମ୍ୱା ଗୁରୁତର ବ୍ୟତିକ୍ରମ ନଥିବ, ତାହା ହେଲେ ବିବାହ ବିଚ୍ଛେଦ ପାଇଁ ଅନୁମତି ମିଳିବ ନାହିଁ । ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଧାରା ୧୪ ଅନୁୟାୟୀ ବାହାଘରର ବର୍ଷକ ମଧ୍ୟରେ ବିବାହ ବିଚ୍ଛେଦ ଆବେଦନ କରାଯାଇପାରିବ ନାହିଁ ।

ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ଓ ଜଷ୍ଟିସ୍ ଡୋନାଡି ରମେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାରା ୧୪ ଅନୁଯାୟୀ ବିବାହର ବର୍ଷକ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ କରାଯାଇପାରିବ ନାହିଁ । କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମରେ ଏହି ଆବେଦନ କରିହେବ ।

ପତିପତ୍ନୀ ନିଶାନ୍ତ ଭରଦ୍ୱାଜ ଓ ରିଷିକା ଗୌତମ ହିନ୍ଦୁ ବିବାହ ଆଇନ ୧୯୫୫ର ଧାରା ୧୩ (ଖ) ଅନୁଯାୟୀ ସହମତିରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ତେବେ ସାହାରାନପୁରର ପରିବାର ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଥିଲେ । ବିବାହର ବର୍ଷେ ହୋଇନାହିଁ ବୋଲି ସେ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ।

ଅଧିକ ପଢ଼ନ୍ତୁ: ଭାରତରେ ବିବାହ ପରେ ବଢ଼ୁଛି ଓପନ ମ୍ୟାରେଜ, କ’ଣ ଏହି ନୂଆ ଟ୍ରେଣ୍ଡ ?

ଏହି ଆବେଦନକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ସ୍ୱାମୀ ନିଶାନ୍ତ ଭରଦ୍ୱାଜ । ତେବେ ହାଇକୋର୍ଟ ମଧ୍ୟ ତାଙ୍କର ଆବେଦନକୁ ଖାରଜ କରି ତଳ କୋର୍ଟର ରାୟକୁ କାଏମ୍ ରଖିଛନ୍ତି ।

ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଦୁଇ ଜଣଙ୍କ ମଧ୍ୟରେ ପଡୁନାହିଁ ବୋଲି ଚିରାଚରିତ କାରଣ କଥା କହି ବର୍ଷକ ଭିତରେ ଏହି ଆବେଦନ କରାଯାଇପାରିବ ନାହିଁ । ଆବେଦନରେ ସେଭଳି କୌଣସି ବିଶେଷ ପରିସ୍ଥିତି ଉପୁଜିଥିବା ବା କୌଣସି ଗୁରୁତର କାରଣ ଦର୍ଶାଯାଇନାହିଁ ।

ତେଣୁ ଏହି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ । କେବଳ କେତେକ ବିଶେଷ କ୍ଷେତ୍ରରେ ଏହା ଗ୍ରହଣୀୟ ହେବ । ସାଧାରଣ ଭାବେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ । ହିନ୍ଦୁ ବିବାହ ଆଇନ ଅନୁସାରେ ଦୁଇଜଣ ହିନ୍ଦୁଙ୍କ ବିବାହ ପବିତ୍ର । ଆଇନର ଗଣ୍ଡି ଭିତରେ ଯାହା କିଛି କରାଯାଇପାରିବ । ଯାହା ବ୍ୟବସ୍ଥା ଅଛି, ତାହା ମାନିବାକୁ ପଡିବ । ବର୍ଷକ ଭିତରେ ଯଦି କେହି ଏହି ସମୟସୀମା ଛାଡ ପାଇଁ ଆବେଦନ କରନ୍ତି, ତାହା ମଧ୍ୟ ଗ୍ରହଣଯୋଗ୍ୟ ହେବନାହିଁ । ତେବେ ବର୍ଷକ ପରେ ଯଦି ପତିପତ୍ନୀ ଚାହାଁନ୍ତି, ତେବେ ସାନି ଆବେଦନ କରିପାରିବେ । ଏହା ପରେ ମାମଲାର ବିଚାର କରାଯାଇପାରିବ । ହାଇକୋର୍ଟଙ୍କ ଏହି ରାୟ ବିବାହ ବିଚ୍ଛେଦ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛି ।

ଅଧିକ ପଢ଼ନ୍ତୁ: ଆପଣଙ୍କ ବୈବାହିକ ସଂପର୍କରେ ଏହି ୫ ଘଟଣା ନାହିଁ ତ… ହୋଇପାରେ ବିଚ୍ଛେଦ

OTV is now on Whatsapp

Join and get latest news update delivered to you via whatsapp

Join Now