ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l SHG ମହିଳାଙ୍କ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି କହିବା ସହ ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି ନିର୍ମଳା l
କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର।
ଅନେକ ସମୟରେ ବାପାମାଆମାନେ ସେମାଙ୍କର ଅଜାଣତରେ ହେଉ ବା ସ୍ନେହରେ ହେଉ ଏପରି କିଛି କରିଦିଅନ୍ତି ଯାହା ପିଲାର ଅଭ୍ୟାସକୁ ଖରାପ କରିଦିଏ ଏବଂ ସେମାନେ ଜୀବନସାରା ଅଳସୁଆ ହୋଇଯାଆନ୍ତି। ତେବେ ଜାଣନ୍ତୁ ବାପାମାଆଙ୍କର କେଉଁ ଭୁଲ୍ ଯୋଗୁଁ ପିଲାମାନେ ହୋଇଯାଆନ୍ତି ଅଳସୁଆ।
ବ୍ୟୟବରାଦ ଅନୁସାରେ ଗଡିବ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍। ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚାଲିବ। ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।
ଯଦି ଦିଗକୁ ନେଇ ବାସ୍ତୁରେ ଭୁଲ୍ ହୁଏ ତେବେ ଯେତେ ଚେଷ୍ଟା କଲେ ବି ବ୍ୟବସାୟୀ ହତାସ ହୋଇ ଚାଲେ। ଯଦି ଆପଣ ନିଜ ବ୍ୟବସାୟକୁ ସଫଳ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଦିଗକୁ ନେଇ ବାସ୍ତୁର କେତେକ ନିୟମ ମାନିବା ଜରୁରୀ।
ଦେବୀ ସରସ୍ୱତୀଙ୍କୁ ବିଦ୍ୟା, ବୁଦ୍ଧି, ସଂଗୀତ, କଳା ଏବଂ ଜ୍ଞାନର ଦେବୀ ଭାବରେ ବିବେଚନା କରାଯାଏ। ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।
ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶ୍ରାଚୀ ରାର ବେଙ୍ଗଲ ଟାଇଗର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଳଶନିବାର ଅନୁଷ୍ଠିତ ଫାଇନାଲରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରିଥିଲା।
ମତଦାନର ମାତ୍ର ୫ ଦିନ ପୂର୍ବରୁ ଦିଲ୍ଲୀରେ ଶାସକ ଦଳରେ ଥିବା ଆମ ଆଦମୀ ପାର୍ଟିର ଆଠ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆପର ଏହି ୮ ବିଧାୟକ।
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି। ବେତନଭୋଗୀ ଓ ପେନସନରଙ୍କୁ ତ ଆହୁରି ଫାଇଦା। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଧାରଣତଃ ସରକାର ରାଜକୋଷ ଭରିବା କଥା ଚିନ୍ତା କରିଥାନ୍ତି। କିନ୍ତୁ ଏଥର ବଜେଟରେ ନାଗରିକଙ୍କ ପକେଟକୁ ଗୁରୁତ୍ବ ମିଳିଛି।
ଆମେରିକାର ୯୦ ପ୍ରତିଶତ ଏୟାର କଣ୍ଟ୍ରୋଲର ଫ୍ୟାସିଲିଟିରେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଆମେରିକାରେ ସମୁଦାୟ ୩୧୩ଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ରହିଥିବା ବେଳେ ଏଥି ମଧ୍ୟରୁ ୨୮୫ଟିରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି।
ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା।
ଯଦି ଆପଣ ବୁଲିବା ପାଇଁ ପସନ୍ଦ କରନ୍ତି ଏବଂ ଆପଣ ପରିବାର ସହିତ କିମ୍ବା ଏକୁଟିଆ ବିଦେଶ ବୁଲିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ ବିଶ୍ୱର ସୁନ୍ଦର ଗୁପ୍ତସ୍ଥାନ ବିଷୟରେ କହିବୁ । ଏହି ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ସ୍ଥାନରେ ଯାତ୍ରା କରିବା, ରହିବା ଏବଂ ଖାଇବା ପାଇଁ ଅନ୍ୟ ଦେଶ ତୁଳନାରେ ଖୁବ୍ କମ ଖର୍ଚ୍ଚ କରିବାକୁ ପଡିଥାଏ ।
ଲାଇଭ୍ ଶୋ’ରେ ମହିଳାଙ୍କ ଓଠକୁ ଦେଲେ ‘କିସ୍’...ଯିଏ ଭିଡ଼ିଓ ଦେଖୁଛି ସିଏ କହୁଛି ଛି ଛି...ଜଣେ ଲୋକପ୍ରିୟ ଗାୟକ ଏମିତି କାମ କରିବା ନେଇ ସମସ୍ତେ ନିନ୍ଦା କରୁଛନ୍ତି।
ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଆଉ ଜଣଙ୍କ ବୟସ ୨୨ ରହିଥିଲା। ଦୁଇ ଝିଅ ମା’ଙ୍କ ଅଚାନକ ମୃତ୍ୟୁରେ ଡିପ୍ରେସନର ଶିକାର ହୋଇଥିବା ବେଳେ ଘର ଖୋଲି ବାହାରକୁ ଆସି ନ ଥିଲେ।
ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।
ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ।
ଅହିରାଜ ଟି ପାଖାପାଖି ୧୨ ଫୁଟ ଲମ୍ବର ହୋଇଥିବା ବେଳେ ଫଣା ଟେକିବା ଦୃଶ୍ୟ ଦେଖିଲେ ଯେକେହି ବି ଭୟଭୀତ ହୋଇଯିବ। । କୁହାଯାଏ ଅହିରାଜ ଛଅ ଫୁଟ ପଯ୍ୟନ୍ତ ଫଣା ଟେକି ଚୋଟ ମାରିପାରେ । ଆଉ ଅହିରାଜର ଗୋଟିଏ ଚୋଟ ମଣିଷକୁ ମାତ୍ର ତିନି ଚାରି ମିନିଟ୍ ମଧ୍ୟରେ ମୃତ୍ୟୁମୁଖକୁ ଠେଲି ଦେବ ।
ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।
ଚଳିତ ବଜେଟରେ ନିର୍ମଳା ବିହାରର ମଧୁବନୀ ଶାଢି ପିନ୍ଧିଛନ୍ତି। ଏହି ଶାଢ଼ି ମାଧ୍ୟମରେ ସେ ମଧୁବନୀ କଳା ପ୍ରତି ତାଙ୍କର ସମ୍ମାନ ପ୍ରକାଶ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହି ଶାଢ଼ି କିଏ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି।
ଯଦିଓ ଆଜିକାଲି ମେଳାରେ କେହି ହଜିବାର କାହାଣୀକୁ ନେଇ ଫିଲ୍ମ ହେଉନି, ତଥାପି ଏଭଳି ଘଟଣା ବାସ୍ତବ ଜୀବନରେ ଘଟୁଛି। ନିକଟରେ କୁମ୍ଭମେଳାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଏମିତି ଏକ ଘଟଣାର ସମ୍ମୁଖୀନ ହୋଇଛନ୍ତି ଆଉ କାହାଣୀକୁ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି।
ଜଣେ ବ୍ୟକ୍ତି ଫୋନ୍ ଉଠାଇଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ଜଣକ ତାଙ୍କ ସାଙ୍ଗ କରଣଙ୍କୁ ଫୋନ୍ କରିଥିବା ଜଣାପଡ଼ିଥିଲା। ପୁଲିସ କରଣ ସହିତ କଥା କରାଇବାକୁ କହିଥିଲା। କିନ୍ତୁ କରଣ ମୁମ୍ବାଇରେ ଥିବା ଶଶୁର ଘରକୁ ଏକ ସପ୍ତାହ ହେବ ଯାଇଥିବା ବେଳେ ତା ମୋବାଇଲ୍ ନମ୍ବର ସୁଇଚ ଅଫ ଥିବା ବନ୍ଧୁ ଜଣକ ପୁଲିସକୁ ସୂଚନା ଦେଇଥିଲେ। ଶବର ଚେହେରା ଓ କପଡ଼ା ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଇଥିଲା। ତେବେ ଏହି ଶବ ହିଁ କରଣଙ୍କର ବୋଲି ସମ୍ପୃକ୍ତ ବ୍ୟକ୍ତି ଚିହ୍ନଟ କରିଥିଲେ।