ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ ।
ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।
ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆଜାଦ୍ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।
ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ।
ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା ।