• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପୁଣି ଅଘଟଣ । ପୁଣିଥରେ କୁମ୍ଭମେଳାରେ ଲାଗିଲା ନିଆଁ । ମହାକୁମ୍ଭର ସେକ୍ଟର-୨୨ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ପେଣ୍ଡାଲ ଜଳି ଯାଇଛି । ନିଆଁ ଲାଗିବା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ତେବେ ଏହି ଘଟଣାରେ କୌଣସି ଜୀବନହାନିର ରିପୋର୍ଟ ଏବେ ସାମ୍ନାକୁ ଆସିନାହିଁ । ସେପଟେ କିପରି ନିଆଁ ଲାଗିଲା ତା’ର କାରଣ ଏବେ ସ୍ପଷ୍ଟ ହୋଇନାହିଁ । ସେହିପରି ଏହି ଅଗ୍ନିକାଣ୍ଡ ପରେ ଅଧିକାରୀମାନେ ଭକ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସୟ ତଦନ୍ତ ଆରମ୍ଭ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କିନ୍ତୁ ଅଗ୍ନିଶମ ଟିମ୍‌କୁ ତମ୍ବୁ ପର୍ଯ୍ୟନ୍ତ ଯିବାକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । କାରଣ ସେଠାକୁ ପହଞ୍ଚିବା ପାଇଁ କୌଣସି ରାସ୍ତା ନଥିଲା । ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବାରେ ସଫଳ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଶାହି ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ, ସଂଗମରେ ବୁଡ଼ ପକାଇଲେଣି ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ

ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି, ‘ଆଜି ଆମେ ଛଟନାଗ ଘାଟ ଥାନା ଅଞ୍ଚଳରେ ୧୫ଟି ତମ୍ବୁରେ ନିଆଁ ଲାଗିଥିବା ସୂଚନା ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲୁ । ଏସଡିଏମ୍‌ଙ୍କ ଅନୁଯାୟୀ, ଏହା ଏକ ଅନଧିକୃତ ତମ୍ବୁ ଥିଲା ଯାହାକୁ ସ୍ଥାପିତ କରାଯାଇଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ୧୯ ଜାନୁଆରୀରେ କୁମ୍ଭମେଳାରେ ଅଗ୍ନିକାଣ୍ଡ ହୋଇଥିଲା । ମହାକୁମ୍ଭର ସେକ୍ଟର ୨୦ ଅଞ୍ଚଳରେ ନିଆଁ ଲାଗିଥିଲା । ଖାଇବା ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡର ଫାଟିଯାଇ ନିଆଁ ଲାଗିଥିଲା । ଯାହାଫଳରେ ୧୫ଟି କ୍ୟାମ୍ପ ଜଳିଯାଇଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ।

ସେହିପରି ମଙ୍ଗଳବାର ମହାକୁମ୍ଭ ମେଳାରେ ବଡ଼ ଅଘଟଣ ହୋଇଥିଲା । ମଙ୍ଗଳବାର ମୌନି ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ଦ୍ୱିତୀୟ ସାହି ସ୍ନାନ ବା ଅମୃତ ସ୍ନାନ ହେଉଥିଲା । ଏହି ସମୟରେ ଭିଡ଼ ଅସମ୍ଭାଳ ହେବାରୁ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ମୌନି ଅମାବାସ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୦ କୋଟି ଭକ୍ତ ଯୋଗ ଦେବାର ଅନୁମାନ କରାଯାଉଥିଲା। ତେବେ ୨-୩ରୁ କୋଟି ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଫଳରେ ଦଳା ଚକଟା ହୋଇଥିଲା। ମଙ୍ଗଳବାର ମଧ୍ୟ ରାତିରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏଥିରେ ୬୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ୨୫ ଜଣଙ୍କ ମୃତଦେହ ଏବେ ସୁଦ୍ଧା ଚିହ୍ନଟ ହୋଇପାରିଛି ।

ଅଧିକ ପଢ଼ନ୍ତୁ: କେବେ ସରସ୍ୱତୀ ପୂଜା ? ୨ ନା ୩ ତାରିଖ ? ବଢ଼ିଲା ଦ୍ୱନ୍ଦ୍ୱ

OTV is now on Whatsapp

Join and get latest news update delivered to you via whatsapp

Join Now