Advertisment

UPI Transaction: UPI ଆଣିଲା ନୂଆ ନିୟମ; ଆଜି ଜାଣନ୍ତୁ, ନହେଲେ କାଲିଠାରୁ ଫସିବେ

ପୂର୍ବରୁ UPI ଆଇଡିରେ ଆଲ୍‌ଫାନ୍ୟୁମେରିକ କ୍ୟାରେକ୍ଟର ବ୍ୟବହାର କରିବା ପାଇଁ NPCI ପରାମର୍ଶ ଦେଇଥିଲା। NPCIର ଏହି ପରାମର୍ଶକୁ କେତେକ ସଂସ୍ଥା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଏବେ ମଧ୍ୟ ଅନେକ ସଂସ୍ଥା ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
UPI

UPI

ବଦଳି ଯିବ UPI ନିୟମ। ଫେବ୍ରୁଆରୀ ୧ ତାରିଖରୁ National Payments Corporation of India(NPCI) କଡ଼ାକଡ଼ି ଭାବେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏଣିକି UPI ଆଇଡି ସ୍ପେଶାଲ୍‌ କ୍ୟାରେକ୍ଟର ରହିବନି। ଯେପରି ଆଡ୍‌ଦରେଟ୍‌ ‘@’, ‘ଆଶ୍ଚର୍ଯ୍ୟବାଚକ ଚିହ୍ନ’(!) କିମ୍ବା ‘ହାସ୍‌ ଟ୍ୟାଗ୍’(#)। @, ! ଓ # ବଦଳରେ ଏବେ ଆଲଫାବେଟିକ୍‌ କିମ୍ବା ନ୍ୟୁମେରିକ ଲେଟର ରହିବ। ଉଦାହାରଣ ସ୍ୱରୂପ ଆପଣଙ୍କ ନମ୍ବର 12345-67890@ybl ରହୁଥିଲା।। କିନ୍ତୁ ନୂଆ ନିୟମ ଅନୁସାରେ ଏଣିକି 12345-67890 oksbi ରହିବ।

Advertisment

ପୂର୍ବରୁ UPI ଆଇଡିରେ ଆଲ୍‌ଫାନ୍ୟୁମେରିକ କାରେକ୍ଟର ବ୍ୟବହାର କରିବା ପାଇଁ NPCI ପରାମର୍ଶ ଦେଇଥିଲା। NPCIର ଏହି ପରାମର୍ଶକୁ କେତେ ସଂସ୍ଥା କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଏବେ ମଧ୍ୟ ଅନେକ ସଂସ୍ଥା ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। କିନ୍ତୁ ଏବେ NPCI ସେହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ତାଗିଦ କରିଛି। ଅର୍ଥାତ ଆସନ୍ତା କାଲିଠାରୁ ଲାଗୁ କରିବା ପାଇଁ ତାଗିଦ୍‌ କରିଛନ୍ତି।

ଅଧିକ ପଢ଼ନ୍ତୁ : ନୂଆ ଡାକ୍ତରଖାନା କୋଠା ଭିତରେ ଲଟାବୁଦା ମାଡ଼ିଲାଣି, ନିର୍ମାଣକାରୀ ସଂସ୍ଥା ହସ୍ତାନ୍ତର ନକରି ଛୁ

Advertisment

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, UPIରେ ସ୍ପେଶାଲ୍‌ କାରେକ୍ଟର ଦେବା ଦ୍ୱାରା ସାଇବର କ୍ରାଇମ୍‌ ହେଉଥିଲା। ସେଥିରୁ ବର୍ତ୍ତିବା ପାଇଁ ଏବେ ଏହି ନୂଆ ନିୟମ ଆପଣାଯାଉଛି। ଆଉ ଗୋଟିଏ କଥା ହେଉଛି ଲୋକମାନେ ସର୍ବସାଧାରଣରେ ନିଜର ୟୁପିଆଇ ଆଇଡି ଦେବା କଥା ନୁହେଁ କି କେଉଁଠି ଲେଖିବା କଥା ନୁହେଁ। ଯଦି କେଉଁଠି ଅତି ଦରକାର ହେଉଛି କିମ୍ୱା କିଏ ମାଗିଲେ, ତାକୁ ଦେବାକଥା। ଅଜଥାରେ କାହାକୁ ଦେଲେ ସାଇବର କ୍ରାଇମ୍‌ରେ ଫସିବାର ସମ୍ଭାବନା ଅଧିକ ରହିଛି। ଆଲଫାବେଟିକ୍‌ କିମ୍ବା ନ୍ୟୁମେରିକ କାରେକ୍ଟର ଦେଲେ ଆପଣଙ୍କ UPI ID ଅଧିକ ସୁରକ୍ଷିତ ବୋଲି ଶ୍ରୀ ସାହୁ କହିଛନ୍ତି।

୨୦୧୬ ମସିହାରେ ବିମୁଦ୍ରିକରଣ ପରେ ଦେଶରେ ଡିଜିଲାଟା ପେମେଣ୍ଟ ସିଷ୍ଟମ ଆରମ୍ଭ ହୋଇଥିଲା। ଏହାଛଡ଼ା ବିଦେଶରେ ମଧ୍ୟରେ UPIରେ ପେମେଣ୍ଟ ସିଷ୍ଟମ୍‌ ଚାଲିଛି। ଶ୍ରୀଲଙ୍କା, ଭୁଟାନ୍‌, ମରିଶସ, ଫ୍ରାନ୍ସରେ UPIରେ କାରବାର ହେଉଛି।

ଅଧିକ ପଢ଼ନ୍ତୁ : ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ

BHIM UPI Business
Advertisment
Advertisment