/odishatv-khabar/media/post_attachments/uploadimage/library/16_9/16_9_0/Budget_1738247633.jpg)
Budget
ଆଉ ଦିନକ ପରେ ସାଧାରଣ ବଜେଟ୍। ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି ଉପରେ ବେତନଭୋଗୀ, ମଧ୍ୟବିତ୍ତ ଓ ଆୟକରଦାତାଙ୍କର ନଜର ରହିଛି। ୨୦୨୪ ବଜେଟରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସେଭଳି ବିଶେଷ କୌଣସି ଆଖିଦୃଶିଆ ପରିବର୍ତ୍ତନ ନହେବାରୁ କରଦାତା ନିରାଶ ହୋଇଥିଲେ। ତେବେ ଚଳିତ ଥର ଟିକସ ବୋଝ କମାଇବାକୁ ଅର୍ଥମନ୍ତ୍ରୀ କିଛି ବଡ଼ ପଦକ୍ଷେପ ନେବେ ବୋଲି ଅନେକେ ଆଶାବାଦୀ ଅଛନ୍ତି।
ଦିନକ ପରେ ସାଧାରଣ ବଜେଟ୍ ଆସିବାକୁ ଥିବା ବେଳେ, ଆୟକର ନିୟମର ସରଳୀକରଣ ପାଇଁ ସେଥିରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍-DTC ଆଣିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ପର୍ସନାଲ୍ ଓ କର୍ପୋରେଟ୍ ଟ୍ୟାକ୍ସ ସଂପର୍କିତ ଡାଇରେକ୍ଟ ଟ୍ୟାକ୍ସ ୧୯୬୧ ଆଇନରେ ସଂଶୋଧନ ଆସିପାରେ। ୨୩ ଚାପ୍ଟର ଓ ୨୯୮ ସେକ୍ସନ ବିଶିଷ୍ଟ ଏହି ଜଟିଳ ଆଇନର ଆକାରକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ। ଅଧିକରୁ ଅଧିକ ଲୋକଙ୍କୁ ଆୟକର ଦାଖଲ ପାଇଁ ପ୍ରୋତ୍ସାହିତ କରିବାକୁ କିଛି ବଡ଼ ପଦକ୍ଷେପ ନେଇପାରନ୍ତି ନିର୍ମଳା।
ଅଧିକ ପଢ଼ନ୍ତୁ: ବଢିଲା e-KYC ଅପଡେଟ୍ ସମୟସୀମା, ଠିକା କର୍ମଚାରୀଙ୍କୁ ବଡ ଆଶ୍ବସ୍ତି
ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ପ୍ରଚଳିତ ଦୁଇଟି ଆୟକର ବିକଳ୍ପ ପୁରୁଣା ଓ ନୂଆ ରେଜିମ୍କୁ ହଟାଇ ଉଭୟ ବ୍ୟବସ୍ଥାର ଏକକୀକରଣ ହୋଇପାରେ ଏବଂ ୟୁନିଫାଏଡ୍ ଟ୍ୟାକ୍ସ ରେଜିମ୍ ଲାଗୁ ହୋଇପାରେ। ସୂଚନା ଯୋଗ୍ୟ ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୯ କୋଟି ଲୋକ ଆଇଟି ରିଟର୍ଣ୍ଣ ଫାଇଲ କରିଥିବା ବେଳେ, ସେଥିରୁ ୭୨ ପ୍ରତିଶତ ନୂଆ ରେଜିମ୍ ବାଛିଛନ୍ତି। ଏହି ପ୍ରତିଶତକୁ ଆହୁରି ବଢ଼ାଇବାକୁ ଚାହୁଁଛନ୍ତି ସରକାର।.
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି। ଏଥିସହ ପୁରୁଣା ରେଜିମରେ ବେସିକ ଏକ୍ଜେମ୍ପସନ୍ ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ବେତନଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି, 80-Cରେ ଡିଡକ୍ସନ ଲିମିଟ ଦେଢ଼ ଲକ୍ଷକୁ ୩ ଲକ୍ଷ କରିବା ପାଇଁ ମଧ୍ୟ ଅନେକେ ଆଶା ରଖିଛନ୍ତି।
ଅଧିକ ପଢ଼ନ୍ତୁ: ଦିନିକିଆ ପାଇଁ ସଜେଇ ହେଲାଣି ବାରବାଟୀ, କଳାହାଣ୍ଡିର କଳାମାଟିରେ ତିଆରି ହୋଇଛି ପିଚ୍
ଏବେ ୧୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ପାଇଁ ସର୍ବାଧିକ ୩୦ ପ୍ରତିଶତ ଟିକସ ଲାଗୁଥିବା ବେଳେ ଏହାକୁ ୨୦ ଲକ୍ଷକୁ ବଢ଼ାଇବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଉଛି। ଖାଲି ଏତିକି ନୁହେଁ, ପିଲାଙ୍କ ପାଠପଢ଼ା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତିରିକ୍ତ ଡିଡକ୍ସନ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟରେ ଜିଏସଟି ତଥା ହିଡେନ ଟ୍ୟାକ୍ସ ଉପରେ କିଛି ଛାଡ଼ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବ ବୋଲି କହିଛନ୍ତି କରଦାତା।
ଲଙ୍ଗ ଟର୍ମ କ୍ୟାପିଟାଲ୍ ଗେନ ଉପରେ ଏବେ ଏକ୍ଜେମ୍ପସନ ଲିମିଟ୍ ୧ ଲକ୍ଷ ୨୫ ହଜାର ଥିବା ବେଳେ, ଏହାକୁ ଅତିକମରେ ୨ ଲକ୍ଷ କିମ୍ବା ତାଠୁ ଆହୁରି ଅଧିକ କରାଗଲେ ଖାଉଟି ନିବେଶ କ୍ଷେତ୍ରକୁ ଅଧିକ ବଳ ମିଳିବ ବୋଲି ଆଶା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)