ଢେଙ୍କାନାଳ ସଦର ବ୍ଲକ ନାଠୁଆ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀଙ୍କ ଗତିବିଧି ଉପରେ ବନ ବିଭାଗର ତୀକ୍ଷଣ ନଜର ।
କେବଳ ବଡ ସହର ନୁହେଁ, ଏବେ ଛୋଟ ଛୋଟ ସହର ଗୁଡିକରେ ବି ମାଡି ଗଲାଣି ଦେହ ବ୍ୟବସାୟ କାରବାର।
ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।
ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।
ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ୱେଲ୍ ମାର୍କଡ ଲୋ ପ୍ରେସର । ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।
ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ପଡ଼ିଲା ତାଲା । କାରଖାନା ଦ୍ୱାରା ଜମି ହରାଇଥିବା ଲୋକେ ଓ ସେହି ଅଞ୍ଚଳର ଟ୍ରକ୍ ମାଲିକଙ୍କ ଧାରଣା ।
ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।
ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ।
ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।
ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।
ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା ।
ରାଜ୍ୟରେ ଯେତେବେଳେ ଆଳୁ ରେଟ୍ ଆକାଶଛୁଆଁ ହୁଏ, ଚଟ୍ କରି ଚର୍ଚ୍ଚାକୁ ଆସିଯାଏ ବିଜେଡି ସରକାର ଅମଳରେ ଫେଲ୍ ମାରିଥିବା ଆଳୁ ମିଶନ ପ୍ରସଙ୍ଗ।
ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।
ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ଗତକାଲି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା।
ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି ।
ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ମିଳିଲା ପତ୍ତା। ରାତି ପ୍ରାୟ ସାଢେ ୧୧ଟା ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ ।
ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି।
ଅଦରକାରୀ ବାଇକର ପାର୍ଟସ ଓ ଲୁହା ରଡରେ ତିଆରି ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଷ୍ଟାଚ୍ୟୁ। ତା' ସହ ସିଟ ମେଟାଲରେ ଝଲସୁଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଦ୍ଧା ମୂର୍ତ୍ତି। ବେଷ୍ଟ ଫ୍ରମ ୱେଷ୍ଟ ମିଶନରେ ଏଭଳି କମାଲ କରିଛନ୍ତି ଢେଙ୍କାନାଳ ସରକାରୀ ଆଇଟିଆଇର ଛାତ୍ର।
ରାଜ୍ୟରେ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନି । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା ।