• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, କଟକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଡେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ଆଉ ୩ ଦିନ ବର୍ଷା; ଆଜି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି...  

ମୌସୁମୀ ସକ୍ରିୟ ରହିଥିବା ବେଳେ ଏବେ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ୨୮ ତାରିଖ ଯାଏ ଜାରି ରହିବ ବର୍ଷା । ସେପଟେ ମାଲାକାନଗିରି ମୋଟୁ ସୀମାରେ ଫୁଲୁଛି ଗୋଦାବରୀ । ୩୨୬ ନମ୍ବର ଏନଏଚରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ ।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଅଟକି ରହିଛି । ଟ୍ରକ ଚାଳକ ଓ ହେଲପରଙ୍କ ଖାଦ୍ୟ ସାମଗ୍ରୀ ସରି ଆସୁଥିବା ବେଳେ, ଏବେବି ରାସ୍ତା ଖୋଲିନି । ରାସ୍ତା ନଖୋଲିବା ଯାଏ ପ୍ରଶାସନ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଟ୍ରକ ଡ୍ରାଇଭର ମାନେ ଦାବି କରିଛନ୍ତି ।

ସମସ୍ୟା ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ଟ୍ରକ କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ସେହିପରି ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ବିନିକା ବ୍ଲକ ରାସ୍ତା ଧୋଇଯାଇଛି । ସୁବର୍ଣ୍ଣପୁର ବିନିକା ବ୍ଲକ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି I

ରାସ୍ତାରେ ପ୍ରାୟ ୮ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ବାଉଁସୁଣୀ, କଇନ୍ତରା, ଘଣ୍ଟୋପାଳି, ଫବସି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ହୋଇଥିବା ବେଳେ ଏଥର ବି ଘାଇ ପଡିଛି । ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now