• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରୁଙ୍ଗଟା ମାଇନ୍ସ କାରାଖାନାରେ ପଡ଼ିଲା ତାଲା । ଢେଙ୍କାନାଳ ଝାଡବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ତାଲା ପଡ଼ିଛି । ତାଲା ପକାଇଛନ୍ତି କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ । କାରଖାନା ଦ୍ୱାରା ଜମି ହରାଇଥିବା ପ୍ରଜା ଓ ସେହି ଅଞ୍ଚଳରେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଟ୍ରକ୍ ମାଲିକ ଏକା ସାଙ୍ଗରେ ଧାରଣାରେ ବସିଛନ୍ତି । 

କମ୍ପାନୀ ଦ୍ୱାରା ନିଜର ସବୁ କିଛି ହରାଇଥିବା ପ୍ରଜାମାନଙ୍କୁ କମ୍ପାନୀରେ ଚାକିରି ନ ଦିଆଯାଇ ବାହାର ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଛି । ଏଥିସହ ସ୍ଥାନୀୟ ଟ୍ରକ୍ ଗୁଡିକୁ କାମରେ ନଲଗାଇ ବାହାର ରାଜ୍ୟର ଟ୍ରକ୍ ଗୁଡିକୁ ଏଠାରେ ନିୟୋଜିତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଉଭୟ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ୍ ମାଲିକ ସଂଘ । ଘଟଣାସ୍ଥଳରେ ହିନ୍ଦୋଳ ଉପଜିଲ୍ଲାପାଳ, ଅତିରିକ୍ତ ଏସପିଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ଉଭୟ ସଂଘ ଓ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ ଏନେଇ ରୁଙ୍ଗଟା ମାଇନ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

 

OTV is now on Whatsapp

Join and get latest news update delivered to you via whatsapp

Join Now