Advertisment

ଓଡ଼ିଶାରେ କାହିଁକି ହାମୁଡେଇ ପଡ଼ିଲା ଆଳୁ ମିଶନ୍ ?

ରାଜ୍ୟରେ ଯେତେବେଳେ ଆଳୁ ରେଟ୍ ଆକାଶଛୁଆଁ ହୁଏ, ଚଟ୍ କରି ଚର୍ଚ୍ଚାକୁ ଆସିଯାଏ ବିଜେଡି ସରକାର ଅମଳରେ ଫେଲ୍ ମାରିଥିବା ଆଳୁ ମିଶନ ପ୍ରସଙ୍ଗ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Potato Mission

କେତେ ଡିଣ୍ଡିମ, କେତେ ପ୍ଲାନ୍ । ତଥାପି ରାଜ୍ୟରେ କାହିଁକି ହାମୁଡେଇ ପଡ଼ିଲା ଆଳୁ ମିଶନ୍ ? କେଉଁ ଭୁଲରୁ ଆଳୁ ମିଶନରେ ଆଳୁ ପାଇଲା ବିଜେଡି ସରକାର ? ଦୂରଦୃଷ୍ଟିର ଅଭାବ ? ନା ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡିଦେଲେ ଚାଷୀ ? ଓଡ଼ିଶାରେ ଏବେ ଅତି ଦରକାରୀ ପରିବା ଆଳୁର ଆକାଶଛୁଆଁ ଦର ଓ ହାହାକାର ସ୍ଥିତି ବେଳରେ ପୁଣି ତାଜା ହୋଇଛି ଏ ପ୍ରସଙ୍ଗ। ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି, ଦୋଷ ଲଦାଲଦି।

Advertisment

ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିଶାନା ପରେ ଆଜି ଜବାବ ରଖିଛି ବିଜେଡି। ଦଳ କହିଛି- ଅନ୍ୟକୁ ଦୋଷ ଦେବା ସହଜ। କେଉଁ କାରଣରୁ ଆଳୁ ମିଶନ ଆଗେଇ ପାରିଲାନି ତା’ର କାରଣ ଖୋଜି ଏବେକାର ସରକାର ତା’ର ସଫଳ ରୂପାୟନ କରି ଦେଖାନ୍ତୁ । ତେଣେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି କହିଛି- ଉଭୟେ ରାଜ୍ୟରେ ୯ ବର୍ଷ ମିଶିକି ଶାସନ କରିଥିଲେ, ତାପରେ ବିଜେପି ଏକାକୀ କେନ୍ଦ୍ରରେ ୧୦ରୁ ଅଧିକ ବର୍ଷ ହେଲା କ୍ଷମତାରେ ଅଛି, ତଥାପି କେହି ଓଡ଼ିଶାକୁ ଧ୍ୟାନ ଦେଇନାହାନ୍ତି। ତେଣେ ଯୋଗାଣ ମନ୍ତ୍ରୀ ଆଜି ପୁଣି ଉତ୍ତର ରଖି କହିଛନ୍ତି ଆମ ସରକାର ଓଡ଼ିଶାକୁ ଆଳୁ ଓ ପିଆଜ ସହ ଅନ୍ୟ କୃଷି ଉତ୍ପାଦନରେ ସ୍ବୟଂ ସଂପନ୍ନ କରିବାକୁ ଦୀର୍ଘ ମିଆଦି ଯୋଜନା କରୁଛନ୍ତି।

ଏଠି ପ୍ରଶ୍ନ କାହିଁକି ଫେଲ୍ ମାରିଲା ଆଳୁ ମିଶନ ? ତଥ୍ୟ ଅନୁସାରେ ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ସହ ଓ ପଡ଼ୋଶୀ ପଶ୍ଚିମବଙ୍ଗର ଜୁଲମରୁ ବର୍ତ୍ତିବାକୁ ୨୦୧୫ରେ ନବୀନ ସରକାର ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ଅତିରିକ୍ତ ୫୦ କୋଟି ଟଙ୍କା ଦିଆଯାଇଥିଲା। ଲକ୍ଷ୍ୟ ଥିଲା, ରାଜ୍ୟରେ ମାତ୍ର ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ବଢ଼ାଇ ୩ ବର୍ଷରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା। ଚାଷୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବା। ଏଥିପାଇଁ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣର ବି ଯୋଜନା ରହିଥିଲା। ହେଲେ ମିଶନ୍ ଅଧୀନରେ ରଖାଯାଇଥିବା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇପାରିଲାନି। ୩ ବର୍ଷ ଭିତରେ ମାତ୍ର ୪ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲା ଆଉ ଆଳୁ ଚାଷଜମି ମାତ୍ର ୨୫ ହଜାର ହେକ୍ଟରରେ ହାମୁଡେଇଲା । ଯାହାର ପରିଣାମ ସ୍ବରୂପ ଆଳୁ ମିଶନ ମାଟି କାମୁଡିଲା। ଆଉ ଚାଷୀ ମୁହଁ ଫେରାଇନେଲେ।

Advertisment

ଏଇ ଯେମିତି ବରଗଡ଼ ଜମୁର୍ଡା ଅଞ୍ଚଳର ଚାଷୀ ଗୁଣ ସାହୁ। ଜମିରେ ଆଳୁ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି, ହେଲେ ମନରେ ସରାଗ ନାହିଁ। କାରଣ ଯେଉଁ ଆଳୁ ସିଏ ୮ରୁ ୧୦ଟଙ୍କାରେ ବିକିଥିଲେ, ଆଜି ୫୦ଟଙ୍କାରେ କିଣିବାକୁ ଢେର ବାଧୁଛି । ସେମିତି ଆଳୁର ଗଡ଼ ଧର୍ମଗଡ଼ର ବି ଆଳୁ ଚାଷୀଙ୍କର ରହିଛି ପ୍ରବଳ କ୍ଷୋଭ । ଏବେ ଦେଖିବାର କଥା ଆଗକୁ ଓଡ଼ିଶା ଆଳୁ ସହ ଅନ୍ୟ ପନିପରିବା ଉତ୍ପାଦନରେ କେତେ ସ୍ବାବଲମ୍ବୀ ହେଉଛି।

BJD Potato Price
Advertisment
Advertisment