• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍। ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହର ଷ୍ଟେସନ ବଜାର ସ୍ଥିତ ଘର, ସଦର ରେଞ୍ଜ ଅଫିସ ଓ ଅଫିସ କଡରେ ଥିବା ସରକାରୀ କ୍ବାର୍ଟର ସମେତ କଟକ ଓ ଭୁନେଶ୍ୱରରେ ମଧ୍ୟ ଏକକାଳୀନ ଭିଜିଲାନ୍ସ ରେଡ କରାଯାଉଛି। 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ଅଭିଯୋଗ ଥିଲା । କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି। ଏହି ଚଢ଼ାଉରେ ୭ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଚଢ଼ାଉ ବେଳେ ରେଞ୍ଜର ବିଭୁଦାନନ୍ଦଙ୍କର ଆଠଗଡ଼ରେ ଏକ ଫାର୍ମ ହାଉସ ଥିବା ଜଣାପଡ଼ିଛି । ୮ ଏକର ବିଶିଷ୍ଟ ଏହି ଫାର୍ମ ହାଉସକୁ ପାର୍କ ଭଳି ସଜାଇଛନ୍ତି ରେଂଜର । 

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ବଲାଙ୍ଗିରର ଜିଓଲୋଜିଷ୍ଟ; ୪୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ସେଠାରେ ରହିଛନ୍ତି ବହୁ ପରିମାଣର ଠେକୁଆ । ଏହାଛଡ଼ା ଢେଙ୍କାନାଳ ରତ୍ନବଜାରରେ ଥିବା ୩ ମହଲା ଓ ୨ ମହଲା କୋଠାରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଜିଜିପି କଲୋନିରେ ଥିବା ଫ୍ଲାଟ, ଆଠଗଡ଼ ବୀରକିଶୋରପୁରରେ ଥିବା ପୈତୃକ ଘର, ଢେଙ୍କାନାଳରେ ଥିବା ସଂପର୍କୀୟଙ୍କ ଘର, ଢେଙ୍କାନାଳ ଅଫିସ ଚ୍ୟାମ୍ବର, ଢେଙ୍କାନାଳର ସରକାରୀ କ୍ବାର୍ଟରରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । 

କେବଳ ସେତିକି ନୁହେଁ ମନୋରଂଜନ ପାଇଁ ମଧ୍ୟ ଫାର୍ମ ହାଉସରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରେଞ୍ଜର ବାବୁ । ଫାର୍ମ ହାଉସ ମଝିରେ ଅଛି ଭ୍ୟୁ ପଏଣ୍ଟ । ଥକା ମେଣ୍ଟାଇବାକୁ ଝୁଲିବା ପାଇଁ ରହିଛି ବିଳାଶପୂର୍ଣ୍ଣ ଦୋଳି । ପିଲାଙ୍କ ଖେଳିବା ପାଇଁ କେତେ କଣ ଉପକରଣ । ଏହାଛଡ଼ା ମର୍ଣ୍ଣିୱାକ କରିବାକୁ ରାସ୍ତା । ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି । ଭିଜିଲାନ୍ସ ଚଢ଼ାଉ ବେଳେ ରେଞ୍ଜର ବିଭୁଦାନନ୍ଦଙ୍କ ଫାର୍ମ ହାଉସରେ ଏସବୁ ଦେଖିବାକୁ ମିଳିଛି ।

ଅନ୍ୟପଟେ ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ମିଳିଛି ପୁଳା ପୁଳ ଟଙ୍କା । ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ କରଛି ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌ ।

OTV is now on Whatsapp

Join and get latest news update delivered to you via whatsapp

Join Now