/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725174976.jpg)
Kamakhyanagar BEO
କାମାକ୍ଷାନଗର ବ୍ଲକ୍ ଶିକ୍ଷାଧିକାରୀଙ୍କୁ ପାଣିରେ ଚଲାଇଲେ ଲୋକେ । ଜୋର ଜବରଦସ୍ତ ପାଣିରେ ଚଲାଇ ଦୁର୍ଦ୍ଦଶା ବଖାଣିଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଦ୍ୟାଳୟରେ ପାଣି ଜମି ରହୁଥିବାରୁ ଏପରି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।
ଖାଲି ସେତିକି ନୁହେଁ, ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଆବର୍ଜନାପୂର୍ଣ୍ଣ ପାଣି ଭିତରେ ଚଲାଇଛନ୍ତି ଲୋକେ । ଜୋର ଜବରଦସ୍ତ ପାଣିରେ ନେଇ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ବୁଲାଇଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଅସରାଏ ବର୍ଷା ହେଲେ ଦଧିବାମନଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପୂର୍ଣ୍ଣ ପାଣି ପଶି ରହୁଛି । ନିକଟରେ ଏନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରି ଫାଟକରେ ତାଲା ପକାଇଥିଲେ ।
ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ । କିନ୍ତୁ ଏହାର କୌଣସି ସମାଧାନ ନହେବାରୁ ଏହାର ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀ ସରୋଜ କୁମାର ସାହୁଙ୍କୁ ଆବର୍ଜନାପୂର୍ଣ୍ଣ ଜଳ ଭିତରେ ଜୋର ଜବରଦସ୍ତ ନେଇ ବୁଲାଇଥିଲେ । ଘଟଣାର ସ୍ଥାୟୀ ସମାଧାନ ସହ ଖୁବଶୀଘ୍ର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ସ୍କୁଲରେ ପାଣି ଜମା ହୋଇଥିବା ବେଳେ ପିଲାମାନେ ମାଛ ଧରୁଥିବା ଦେଖିବାକୁ ମିଳିଛି ।
#ତାତିଲେ_ଅଭିଭାବକ#ସ୍କୁଲରେ_ପକାଇଲେ_ତାଲା
କାମାକ୍ଷାନଗର ଆଳତୁମା ଗାଁ ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟ ଭିତରେ ଆବର୍ଜନା ପୂର୍ଣ୍ଣ ଆଣ୍ଠୁଏ ପାଣିକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ଅଭିଭାବକ ।#KamakhyaNagar#School#Rain#Odisha#OTVpic.twitter.com/OvRu7YY5jO— ଓଟିଭି (@otvkhabar) August 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)