ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।
ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍ଲାଇନ୍ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।
ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।
ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।