ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରୋତ୍ତୋଳନ ପ୍ରତିଯୋଗିତା ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ
ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।
ମୁଥ ମାଡ଼ରେ କଙ୍କଡ଼ାହାଡ଼ ଉ.ପ୍ରା. ସ୍କୁଲ୍ର ଛାତ୍ର ଗୁରୁତର । ଫଳରେ ଛାତ୍ରଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଓ ପରେ କାମାକ୍ଷାନଗର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଶିଆଡିହି ଗ୍ରାମର ୫୦ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା । ଗାଁର ଅଧିକାଂଶ ଲୋକ ତାଙ୍କୁ ଷ୍ଟଣ୍ଟ୍ ମ୍ୟାନ ଭାବେ ଜାଣନ୍ତି । ନିଜ ସାଇକେଲରେ ବାଇକର ବିଭିନ୍ନ ଯନ୍ତ୍ରାଂଶ ଲଗାଇ ବାଇକର ରୂପ ଦେଇଛନ୍ତି । ପ୍ରଶାନ୍ତଙ୍କ ଏହି ଦୁଃସାହସିକ ଷ୍ଟଣ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ବି ଲାଗୁଛି ।
ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍ରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ।
ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର
୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା।
ନିଆରା ସରପଞ୍ଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍ ସହ ଦୁଇହଳ ପୋଷାକ ।
ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।
ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ଆକ୍ରମଣରେ ପର୍ଜଙ୍ଗ ଆର୍ଆଇ ଓ କନିଷ୍ଠ କିରାଣି ମଧ୍ୟ ଆହତ ହୋଇଛନ୍ତି ।
ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।
ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ?
୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ ବି ଏସି କାମ କରୁନି।
ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସକୁ ପୋଲିସ ଅଚକ ରଖିଛି । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିବା କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି ।
ସେକ୍ସ ରାକେଟ୍ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ । ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଅଭିଯୋଗ
ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍। ବନ୍ଧୁକ ଓ କାର୍ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍ ଅଟକ ରଖିଛି।
ଢେଙ୍କାନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ ।
ମନରେ ଦୃଢ ଇଚ୍ଛାଶକ୍ତି ସହ ସେମାନଙ୍କ ଭିତରେ ଭରି ରହିଛି ଜୋସ୍ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍ରେ ବ୍ୟସ୍ତ ରହୁଛନ୍ତି । ହେଲେ ଦୁଃଖର କଥା ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ସ୍କେଟିଂ ଖେଳାଳିଙ୍କର ହୋଇପାରୁନାହିଁ ଉନ୍ନତି।