Advertisment

ଛୋଟ ସହରରେ ବଢୁଛି ସେକ୍ସ ରାକେଟ, ଟାର୍ଗେଟରେ ଲଜ୍ ଓ ଗେଷ୍ଟହାଉସ

କେବଳ ବଡ ସହର ନୁହେଁ, ଏବେ ଛୋଟ ଛୋଟ ସହର ଗୁଡିକରେ ବି ମାଡି ଗଲାଣି ଦେହ ବ୍ୟବସାୟ କାରବାର।

author-image
Santosh Kumar Sahoo
Sex Racket

Sex Racket

ଜନଗହଳିପୂର୍ଣ୍ଣ ସ୍ଥାନରେ ଚାଲୁଛି ଦେହ ବ୍ୟବସାୟ । ଟାର୍ଗେଟରେ ବିଭିନ୍ନ ଲଜ୍ ଓ ଗେଷ୍ଟହାଉସ । ରାତି ସହ ଦିନରେ ବି ଜମୁଛି ଗରାଖଙ୍କ ଭିଡ଼ । ହ୍ବାଟସଆପରେ ପଠାଯାଉଛି ସୁନ୍ଦରୀ ତରୁଣୀଙ୍କ ଫଟୋ । ୨ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ହେଉଛି ମୁଲଚାଲ । କେମିତି ଟେର୍ ପାଉନି ପୋଲିସ? କିଏ ଏହା ପଛର କାର୍ପଟଦାର୍? ନିକଟରେ ଢେଙ୍କାନାଳ ସହରର ମହାବୀର ବଜାରଠାରେ ଥିବା ଏକ ଗେଷ୍ଟହାଉସରୁ ଏକ ବଡ଼ ଧରଣର ସେକ୍ସ ରାକେଟ ପୋଲିସ ଠାବ କରିବା ପରେ ଉଠିଛି ଏଭଳି ପ୍ରଶ୍ନ ।

Advertisment

ଆପତ୍ତିଜନକ ଅବସ୍ଥାରେ ୮ ଜଣଙ୍କୁ ଧରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନିଜେ ଜାଲ ବିଛାଉଥିଲେ ଦେହ ବ୍ୟବସାୟ କାରବାରର । ପୁଣି ଧରାପଡିଥିବା ଆଉ ଜଣେ ଗରାଖ ସରକାରୀ କର୍ମଚାରୀ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଏଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସେକ୍ସ ରାକେଟ ଚଳାଇବାକୁ ସାହସ ପାଇଲେ କେଉଁଠୁ? ସହରରେ କେତେ ଦିନ ହେଲା ଚାଲୁଥିଲା ଏଭଳି କାରବାର? କିଭଳି ଏହାର ଟେର୍ ପାଉନଥିଲା ପୋଲିସ୍? ତେଣେ ଏଭଳି ଦେହ ବ୍ୟବସାୟ ଭଳି ଘଟଣା ନେଇ ପୋଲିସକୁ ଖବର ଦିଆଗଲେ ବି ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି ମହିଳା ସୁରକ୍ଷା ସେଲ୍ ସଦସ୍ୟ ।

ଦେହ ବ୍ୟବସାୟରେ ଲିପ୍ତ ଯୁବତୀମାନେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ବାହାର ରାଜ୍ୟରୁ ଆସି ଏଠାରେ କାରବାର କରୁଥିବା ପୋଲିସ କହିଛି । ନିକଟରେ ଏଭଳି କାରବାରରେ ଲିପ୍ତ ୩ ଯୁବତୀଙ୍କୁ ଥାନାକୁ ଡାକି ପଚରାଉଚରା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ଗେଷ୍ଟହାଉସକୁ ଲିଜ୍‌ରେ ନେଇ ସେକ୍ସ ରାକେଟ୍ ଚାଲୁଥିଲା ବୋଲି ଜାଣିବାକୁ ପାଇଛି ପୋଲିସ । ଗେଷ୍ଟହାଉସର ମ୍ୟାନେଜର ଓ କେୟାରଟେକର ମୁଖ୍ୟ କାର୍ପଟଦାର ନା ଆଉ କାହାର ସଂପୃକ୍ତି ଅଛି, ସେନେଇ ଖୋଳତାଡ ଜାରି ରଖିଛି ପୋଲିସ । ଶାନ୍ତ ସହର ଭାବେ ପରିଚିତ ଢେଙ୍କାନାଳରେ ବିଗତ କିଛି ବର୍ଷ ହେବ ସେକ୍ସ ରାକେଟ୍ ବଢୁଥିବାରୁ ଚିନ୍ତା ପ୍ରକାଶ ପାଇଛି ।

Advertisment

Sex Racket
Advertisment
Advertisment