Rashmirekha
ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍ ରୁମ୍ରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଆଙ୍କ ସହ ରହୁଥିଲେ । ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି । କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)