• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁର୍ଘଟଣା ପରେ ଜଳିଗଲା ବସ୍ । ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଅଘଟଣ । ବରମୁଣ୍ଡା ଓଭରବ୍ରିଜ୍ ତଳ ସର୍ଭିସ୍ ରୋଡ୍ ଦେଇ ବସ୍‌ଷ୍ଟାଣ୍ଡ ଆଡ଼କୁ ଆସୁଥିବା ବେଳେ ରାସ୍ତାକଡ଼ କଲଭର୍ଟକୁ ମାଡ଼ ହୋଇଛି । ଫଳରେ ବସ୍‌ଟି ଚାହୁଁ ଚାହୁଁ ଜଳି ଯାଇଛି ।

ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଯାତ୍ରୀଙ୍କୁ ନେଇ ବସ୍ ଆସୁଥିଲା । ଦ୍ରୁତ୍ ଗତିରେ ଥିବାରୁ ବସ୍ ଦୁର୍ଘଟଣାଗସ୍ତ ହୋଇଥିବା ଅନୁମାନ କରାଯାଉଛି । ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କରିଛି ।