• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତା ୮ରେ ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଆସି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଉଥିବା ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଏବଂ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ, ତେଲେଙ୍ଗାନାରେ ଭୋଟ ଭିକ୍ଷା କରିବା ପରେ ଓଡିଶା ଆସିବେ ଦ୍ରୌପଦୀ । ଏହା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।