• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଧାନସଭାରେ ବିଧାୟକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେହି ବିଲର ଦସ୍ତାବିଜ୍ ଦିଆଯାଉନି । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହାସହ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ କଣ ଗାଇଡଲାଇନ୍‌ ରହିଛି ବୋଲି ବିଧାନସଭାର ଶୁନ୍ୟ କାଳରେ ପ୍ରଶ୍ନ କରିଛନ୍ତି ନରସିଂହ । ସେ କହିଛନ୍ତି ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇନେଲେ, ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ନରସିଂହ ମିଶ୍ର ।

ଅନ୍ୟପଟେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଅନୁମତି ଦେବା ଅନୁଚିତ । ବ୍ଲକ୍‌ ସର୍କୁଲାର ୪୭ ଉଲଂଘନ ହେଉଛି । ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉନାହାନ୍ତି । ଯେତେବେଳେ କି ନିୟମ ରହିଛି ୧୫ ଦିନ ଭିତରେ ଉତ୍ତର ଦିଆଯିବ । ଏଭଳି ଅଭିଯୋଗ ମଧ୍ୟ କରିଛନ୍ତି ନରସିଂହ ।

ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କୁ ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର । ସେପଟେ କଂଗ୍ରେସ ବିଧାୟକଦଳଙ୍କ ଏହି ପ୍ରସଙ୍ଗକୁ ନେଇ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆଯାଇ ନାହିଁ ତାଙ୍କୁ ସେହି ବିଭାଗର ତଥ୍ୟ ଆଣି ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । 

ସେପଟେ ବ୍ଲକ୍‌ ସର୍କୁଲାର ୪୭ ଉଲଂଘନ ନେଇ ବାଚସ୍ପତିଙ୍କ ରୁଲିଂ ଜାରି କରିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ ସର୍କୁଲାର ୪୭ ସଠିକ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।